Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prakruti Pujak

Others Tragedy

3  

Prakruti Pujak

Others Tragedy

ତୀବ୍ର ବିସ୍ଫୋରଣ ଆତଙ୍କୀ କଲା

ତୀବ୍ର ବିସ୍ଫୋରଣ ଆତଙ୍କୀ କଲା

1 min
128


ତୀବ୍ର ବିସ୍ଫୋରଣ ଆତଙ୍କୀ କଲା

ଯବାନ-ଜୀବନ-ଦୀପ ଲିଭିଲା

ଘୋଟିଲା ଅନ୍ଧାର ଦିବା ଆଲୋକେ

ଶୁଭେ ହା ହା କାର ସାରା ଭୂଲୋକେ

ନିହତ ନିଷ୍ପାପ ପ୍ରାଣ

ଆହତ ହେଲେ ବି ଜୀବିତ ଜାଗ୍ରତ

ହାରିନାହିଁ ଦେଶପ୍ରାଣ .

ଶୋକ ଛାୟା ଆଜି ପୁର ପଲ୍ଲୀରେ

ରାଜ୍ୟ ରାଜଧାନୀ ଅବା ଦିଲ୍ଲୀରେ

ବାଟେଘାଟେ ଶୁଭେ ଆକ୍ରୋଶ ସ୍ଵର

ବାତାୟନେ ବାତ କରେ ଅସ୍ଥିର

ସବୁ ଲାଗେ ଖାଲି ଖାଲି

ଅବୁଝା ମନଟା ହୁଏ ଛଟପଟ

ଅଭୁଲା କି ହେବ ଭୁଲି ?

ଦେଶ ହରାଇଛି ବୀର ଯବାନ

ମାତା କୋଳୁ ଗଲା ଯୋଗ୍ୟ ସନ୍ତାନ

ପତ୍ନୀ ଝୁରେ ଆଜି ପତି ଵିୟୋଗେ

ସନ୍ତାନ ଖୋଜୁଛି ଦୁଃଖ ଆବେଗେ

ସାହି ଭାଇ ପରିବାର

ଜୀବନ ଚରିତ ସୁମରି ମରନ୍ତି

କୁହନ୍ତି ବୀର ଅମର .

ଭାଙ୍ଗି ପଡ଼ିଛନ୍ତି ଭାରତବାସୀ

ଥରି ଯାଇଛନ୍ତି ପାଖ ପଡ଼ୋଶୀ

ଛନକା ପଶିଛି ଘରେ ବାହାରେ

ସଂସାର ଭାସୁଛି ଲହୁ ଲୁହରେ

ବୀର ନେଲେ ବୀରଗତି

ସହି ହେଉ ନାହିଁ ରହିବା କେମିତି

ପଥର କରି କି ଛାତି .

ଅଦିନ ଦୁର୍ଦ୍ଦିନେ ଦୁନିଆଁ ଦୁଃଖୀ

ଲୁହ ଛଳ ଛଳ ସଭିଙ୍କ ଆଖି

ଲାଗେ କଲବଲ ନ ହୁଏ ଦେଖି

ହାତ ଥରି ଉଠେ ଦେଖ ନିରେଖି

କେ ପାରିବ ଧୈର୍ଯ୍ୟ ରଖି

ପତ୍ନୀ ହାରେ ପତି, ମାତା ହାରେ ପୁତ୍ର,

ସେ ଦୁଃଖ କେ ପାରେ ଲେଖି ।


Rate this content
Log in