STORYMIRROR

ABhimanyu Panda

Others

3  

ABhimanyu Panda

Others

ସତ କହିବି

ସତ କହିବି

2 mins
134


ମୋପାଖରେ ଶବ୍ଦ ନାହିଁ 

ଅନ୍ୟମାନଙ୍କ ପରି ଜ୍ଞାନୀ ନୁହେଁ ତୁଚ୍ଛା ଅଜ୍ଞାନଟାଏ 

ତୁ ତ ଅନେକ କେମିତି କହିବି ମୋର ମୋର

ମୁଁ ଥିଲେ ତ ତତେ ମୋର କହି ବାନ୍ଧି ଦେଇଥାନ୍ତି

ତୋ ଯଜ୍ଞ ତପସ୍ୟାର ପ୍ରାପ୍ତି ମୁଁ ତୋରି ଭାଷାରେ

କେମିତି କହିବି ମୋ ମା ଏମିତି ମୋ ମା ସେମିତି ।।୧।।


ତତେ ସୀମିତ କରିପାରିବିନି

ଯିଏ ମୋର ମୋର କହି ଆବଦ୍ଧ କରୁଛନ୍ତି କରନ୍ତୁ

ମୁଁ ତ ତୋର ତୋର ଚିତ୍କାର କରିଛି ପ୍ରତି କ୍ଷଣରେ

ତୋ ଏକତ୍ଵରେ ସର୍ବ ସାମାହିତ , ମୁଁ ତ କଣିକାଟାଏ

କେମିତି କହିବି କେବଳ ମୋ ମା ସୁନ୍ଦର ତାର ?? ।।୨।।


ତୁ ଈଶ୍ୱରୀୟ ଉପହାର

ମୋ ମନ ମାନେନି , ତୁ କଣ ବସ୍ତୁଟିଏ ସାଜସଜ୍ଜାର ?

ରାମ,କୃଷ୍ଣ ଅପେକ୍ଷାରତ ମୁଖ ନିଶୃତ ଶବ୍ଦଟିଏ ଶୁଣିବାକୁ

ଅବାଧ ପ୍ରବେଶକୁ ଲକ୍ଷ୍ୟ ମାୟା ମା ରୂପେ ବାଧକ ବି ତୁ

ଶରଣେ ତାରଣେ ଆଉ ମାରଣେ କେବଳ ତୁ ହିଁ ସମ୍ଭବ ।।୩।।


ସେ ଆଖି କଣ ଅଛି ମୋର

ବିଶ୍ଵରୂପର ବିଶାଳତାକୁ ଦେଖିବାରେ ଅସମର୍ଥ

କୃଷ୍ଣ ଆଉ ରାମ ତ ଯାଚନାରେ ପ୍ରାପ୍ତ , ଦାତା ତୁ

ତୁ ତ ସର୍ବେଶ୍ୱର ଉପମା କଣ ଉପଯୁକ୍ତ ହବକି !!?

ମୋତେ ବଡ଼ କରିବାର ଲକ୍ଷ୍ୟରେ ନେପଥ୍ୟରେ ବିଜେ ।।୪।।


ନାରୀ ରୂପକୁ ସମ୍ମତ ସମସ୍ତେ

ମା ଲୋ ଏଥିରେ ବି ମୋର ଅସହମତି , କାରଣ ବି ତୁ

ବିଷ୍ଣୁ ଯଦି ପାଳନ କର୍ତ୍ତା , ଅମୃତ ପରସେ ମୋହିନୀ

ଜଗା ଅଧରେ ଲାଳିମା , ନାକରେ ବଶୁଣୀ , ପୁଣି ମଥାମଣି

ପ୍ରୀତି ଦାନେ ରାଈ ଜଗତ ବନ୍ଦିତା , ନିରୂପଣ ସମ୍ଭବ କି ?।।୫।।


ମତି ଭ୍ରଷ୍ଟ ମାନବ ମୁଁ

ଶ୍ରୀ ମନ୍ଦିରରେ ଭଗ୍ନୀ ରୂପେ , କେଉଁ ରୂପର ଉପମା ?

ପୁଜିବିନି ତୋତେ ଶରୀରରେ , ସର୍ବ ଶରୀର ତୋ ଉପହାର

ମୁଁ ଦେହ , ଲାଳସା ହତକୁ କେବଳ ତୋ ଭାବନା ଯଥେଷ୍ଟ

ତୁ ଲିଙ୍ଗଭେଦର ଉର୍ଦ୍ଧରେ,ବୈଚାରିକ ସ୍ବୀକୃତ ମୋ ମୁଢ଼ମନର ।।୬।।


ତୁ କାଳେ ଆଲୋକ

ମୁଁ କହୁନି , ସମସ୍ତେ କହୁଛନ୍ତି , ମୋର ଭିନ୍ନ ମତ

ତୁ ଉଭୟେ , ଆଲୋକ ତୋରି ଦ୍ୱାରା ସୃଷ୍ଟ ସନ୍ତାନ ଟିଏ

ବଡ଼ କରିବାକୁ ନିଜେ ଅପସରି ଯାଉ , ଦାତା ଶ୍ରେଷ୍ଠ ତୁ

ତ୍ରିଦେବଙ୍କୁ ଅମୃତେ ଆପ୍ୟାୟିତ କରିବା ଦକ୍ଷତା ସମ୍ପନ୍ନ ।।୭।।


ଆଉ କିଛି ଅଛିକି ତୋ ବାଦେ

ତୁ ବିକଳ୍ପ ବିହୀନ ଆଧାର , ଆଉ ସର୍ବେ ଅସମର୍ଥ

ତୁ କଣ ମାନବୀ ? ସର୍ବ ମସ୍ତିଷ୍କର ଚେତନା ରୂପ ତୁ

ମୋ ସିମିତତାକୁ ପରିଚୟ ଦେଇଛୁ , ହାତରେ ଗଢ଼ି

ମୁଁ ଚେତାଶୂନ୍ୟ ଶରଣାର୍ଥୀ , ତୁ ନିର୍ମୋହି ନିରାକାର ।।୮।।


କୋଳ ଆଶାୟୀ ସମସ୍ତେ

ମୁଁ ସାମାନ୍ୟ ଭିନ୍ନ , ଜାଣିଶୁଣି ଚିରା ଛାଡ଼ି କାନ୍ଦେ

ତୁ ଧାଇଁ ଆସିବୁ ଜାଣିଛି , ଆଶା କିନ୍ତୁ କୋଳନୁହେଁ

ତୋ ଆସିବାରେ , ତୋ ପାଦରଜାମୃତର ଆଶାୟୀ

ପବନରେ ଭାସିଲାଗେ ମଥାରେ,କୋଳ ତୋ ବଦାନ୍ୟତା ।।୯।।


ସମସ୍ତେ ଉଦାହରଣରେ ବ୍ୟସ୍ତ

ମୁଁ ଫାଙ୍କି ଦିଏ , ସେଇମାନେ କଣ କେବଳ ପଦବାଚ୍ୟ

ଯଶୋମତୀ , କୁନ୍ତି , ଦେବକୀ ଅନୁଶୟା ଆହୁରି ଅନେକ

ପ୍ରକାରାନ୍ତେ ମୋପାଇଁ ସର୍ବଠାରେ ସର୍ବ ଚରିତ୍ର , ଅସିମୀତ

ସେସବୁତ ଗୋଟିଏ ଗୋଟିଏ ଭାବ ଆଉ ସାଧନା ମାତ୍ର ।।୧୦।।


ସମୂହ ତର୍କ ତୋ ସମ୍ମାନକୁ

ଏଠିବି ସାମାନ୍ୟ ବିରୋଧାଭାସ ମୋର , ଶିକ୍ଷା ତୋର

ତର୍କ ବିତର୍କ ତୋ ସହିତ , କୁତର୍କ ରହିତ ଆଲୋଚନା

ତୁ ପରା ପ୍ରଥମ ଗୁରୁ , ନିଜେ ପରଂବ୍ରହ୍ମ ପରମ

ସୌଭାଗ୍ୟ ଛାଡ଼ିବା ନୁହେଁ , ନିର୍ଯ୍ୟାସ ଅମୃତମୟ ।।୧୧।।


ବୃଦ୍ଧାଶ୍ରମରେ କାଳେ ତୁ 

ହାସ୍ୟାସ୍ପଦ ଲାଗେ , କାହାର ବା ଏତେ ସାଧ୍ୟ 

ମାନବିକତାର ବନ୍ଦୀଗୃହ ସେ , ସେଠି ତୁ ନାହୁଁ

ମାନବ ବନ୍ଦୀ , ଆତ୍ମ ବଡ଼ିମାର ଆତ୍ମ ସମର୍ପଣ ସେଠି

ମଙ୍ଗଳ ମନାସିବାରୁ ବିରତ ତୋ ପକ୍ଷେ ଅସମ୍ଭବ ।୧୨ ।।


ପଣତ କବଚ ଅଭେଦ୍ୟ

ଚାହିଁବାକୁ ନା ସାହସ ଅଛି ନା ଧୈର୍ଯ୍ୟ , ଆଶା ଅନେକ

ସୌଭାଗ୍ୟ ଦାତ୍ରୀ ମୁକୁତା ଦେଈ ତୁ , କପଟ ଆଚରିଲୁ

ତୋଳିନେବୁ ଝାଡ଼ିଝୁଡ଼ି ରକ୍ଷଣାର୍ଥେ ଭୈରବୀ ତୁ

ଦାସପଣେ ପାଦ ଧୌତକୁ ଜନ୍ମଜନ୍ମରୁ ଅପେକ୍ଷା ମୋର ।।୧୩।।


ତୋର ପୁଣି ଦିନ କଣ ?

ତୋତେ ଉପହାସ ନୁହେଁକି,ତୋ ବ୍ୟତୀତ ଦିନ ସମ୍ଭବତ

ତୋ ଗୁଣ ବଖାଣକୁ ସମୟ ଖୋଜିବି ? ବୃଥା ଚେଷ୍ଟା ରୁ ବିରତ

କେତେ ଜାଣିଲି କି ତୋତେ ? କେତେ ଚିହ୍ନିଲି କି ନିଜକୁ ?

ତୋ ଇଚ୍ଛାରେ ମୁଁ ଅଜ୍ଞାନେ ଆନନ୍ଦ ଜ୍ଞାନୀ ଦିନ ଖୋଜେ ।।୧୪।।


Rate this content
Log in