STORYMIRROR

Basanta Kumar Bindhani

Others

5.0  

Basanta Kumar Bindhani

Others

ସ୍ମୃତି

ସ୍ମୃତି

2 mins
620



ଆଜି ପୁଣି ଥରେ ଫେରିଯିବା ପାଇଁ ଇଚ୍ଛା ହୁଏ, ସେଇ ପ୍ରଜାପତି ଧାରା ବୟସ ମଧ୍ୟକୁ...

ସେଇ ଚ୍ଛଳନା ଓ ପ୍ରତାରଣା ମୁକ୍ତ ଦୁନିଆକୁ...

ଯେଉଁଠି କେବଳ ତୁ ଥିଲୁ ଆଉ ମୁଁ,

ଏବଂ ଥିଲା ଚିର ବସନ୍ତର କୋଳରେ ଭିବିଷ୍ୟତର ରାଜମହଲ ତୋଳିବାର ଆଞ୍ଜୁଳାଏ ସ୍ଵପ୍ନ !


ପାହାନ୍ତି ସ୍ବପ୍ନ ସତ ହେବ ଭାବି ଖୁସି ହଉଥିଲି,

ହେଲେ ଭୁଲିଯାଇଥିଲି ସ୍ବପ୍ନ ଭାଙ୍ଗିଯିବା ପରର ନିଷ୍ଠୁର ବାସ୍ତବତାକୁ I

ସେଇ ନଈ କୁଳ, ନିମ ବଣ ଆଉ ଗ୍ରାମ ଦେବତୀ ମୋ ବାସ୍ତବତାର ମୁକ ସାକ୍ଷୀ, କିନ୍ତୁ ଏମାନେ ନିଷ୍ଠୁର ନୁହନ୍ତି....

ନିଷ୍ଠୁର ତ ତୋର ସେଇ ଶେଷ ଚିଠି ଆଉ ତା ମଧ୍ୟରେ ଥିବା ହୃଦୟ ବିଦାରକ କିଛି ଶବ୍ଦର ପ୍ରହଳିକା !


ତୋର ସଜ ଗୋଲାପ ପରି ମୁହଁ ଟିକୁ ଅପଲକ ନୟନରେ ଚାହିଁ ରହିଥିଲି...

ସବୁଦିନ ପାଇଁ ତୋର ଛବି ମୋ ମାନସ ପଟରେ ବାନ୍ଧି ରଖିବାକୁ ଚେଷ୍ଟା କରୁଥିଲି ...

ହେଲେ ମୋ ଆଖିର ଅମାନିଆ ଲୁହରେ ତୋର ଚେହେରା ଝାପ୍ସା ଦିଶିବାକୁ ଲାଗିଲା ...

ଏହି ସମୟରେ ଟ୍ରେନ୍ର ହର୍ଣ୍ଣ ତୋତେ ଶୁଭ ବିଦାୟ କହିବା ପାଇଁ ତାଚ୍ଛଲ୍ୟର ସହ ଇଙ୍ଗିତ କରୁଥିଲା....

ମୋ ହୃଦୟର ସ୍ପନ୍ଦନ ସହ ଟ୍ରେନ୍ ର ଗତି ବଢିବାକୁ ଲାଗିଲା ଓ ଝରକା ଦେଇ ମୋତେ ଦେଖୁଥିବା ତୋର ମୁହଁଟି ଧୀରେ ଧୀରେ ବିଲୀନ ହୋଇଗଲା...

ହେଲେ ମନର ପୃଷ୍ଠାରେ ସବୁ ସବୁଦିନ କଏଦ ହୋଇ ରହିଗଲା କିଛି ଅଭୁଲା ସ୍ମୃତି, ସେଇ କ୍ଲାନ୍ତ ଅପରାହ୍ନ ଆଉ କଟକର ଚାରି ନମ୍ଵର୍ ପ୍ଲାଟଫର୍ମ...I


ହୃଦୟର କାଚ ଦ୍ଵାର ଥରେ ଭାଙ୍ଗି ଯିବାପରେ, ନିଶ୍ଚୟ କଲି ଏଥର କାଚରେ ନୁହଁ, ବରଂ ଗଢିବାକୁ କଙ୍କ୍ରିଟ୍ ରେ,

ହେଲେ ଦୃଷ୍ଟିର ଆଢୁଆଳରେ, ପୁନଃ କିଏ ସଫଳ ହେଲା ପ୍ରବେଶ କରିବାକୁ ହୃଦୟ ର ନିଷିଦ୍ଧାଞ୍ଚଳ ରେ...I

ଏଥର ଭୁଲ୍ କାହାର?

ସେହି ଅର୍ଦ୍ଧ ସନ୍ଧ୍ୟା ସମୟର, ନା ମଳୟ ପବନର, ନା ତାର ନୀରିହ ହୃଦୟରୁ ଓଠର ପାଦଦେଶ ଦେଇ ଝରି ପଡିଥିବା ସେଇ ଚେନାଏ ହସର...!


ଭାବିଥିଲି ତୁମ ବିନା ଜୀବନର ନାବ ବୁଡ଼ିଯିବ ବୁଡ଼ିଯିବ,

ହେଲେ ଅଜ୍ଞାତ ଥିଲି ଶୂନ୍ୟତାର ରାଣୀ ଆସି ପ୍ରତିକ୍ଷ୍ୟାର ଅନ୍ତ ଘଟାଇବ I

ଏକୁଟିଆ ଥିଲେ ମଧ୍ୟ ଜମା ଏକା ଲାଗେ ନାହିଁ,

କାହାର କୋମଳ ସ୍ପର୍ଶ ଆସି ମୋତେ ଯାଏ ଛୁଇଁ.


ଷୋଳଟି ଫଗୁଣର ଅନ୍ତରେ…

କହିବି ତମକୁ ହୃଦୟର ବାସ୍ତବତାକୁ,

କାଲି ଥିଲା ଯାହା ମୋପାଇଁ ସ୍ୱପ୍ନ I

ଜୀବନ ମାନେ ନୁହେଁ ବଂଚିବା ,

ଜୀବନର ମାନେ…ତମ ଠାରୁ ବା ଜଣେ କିଏ ଅଧିକା !

..


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Basanta Kumar Bindhani

ସ୍ମୃତି

ସ୍ମୃତି

2 mins ପଢ଼ନ୍ତୁ