STORYMIRROR

Sasmita Mohanty

Others

5.0  

Sasmita Mohanty

Others

ସକାଳ

ସକାଳ

1 min
13.9K



( 1)


ରାତି ପାହେ,

ସିନ୍ଦୁରା ଫାଟେ,

ଶିଶୁର ହସ ଭଳି

ଚହଟିଯାଏ ଆଲୁଅ

ଶାନ୍ତ ସ୍ନିଗ୍ଧ କମନୀୟ।


ଘୁଞ୍ଚି ଯାଏ ଅନ୍ଧାର

ଅଜ୍ଞାତବାସରେ ଯାଏ

ସ୍ବପ୍ନ ବାଣ୍ଟୁଥିବା ଜହ୍ନ

କଥାକୁହା ତାରା ଅଗଣନ।


ସ୍ବାଗତିକା ଗାଏ ପକ୍ଷୀ,

ମନ୍ଦିରରୁ ଶୁଭେ ଘଣ୍ଟି,

ଦୂରୁ କାହୁଁ ଭାସି ଆସେ

ସକାଳର ଓଁକାର ଶବଦ।


ଭୋର କରେ ବିଭୋର

ବାଜେ ତୂର୍ଯ୍ଯ ଜୀବନର

ପକ୍ଷୀ ଛାଡେ ନୀଡ

ପୃଥିବୀ ପାରିଧି ପାଇଁ

ସୂର୍ଯ୍ୟ ଭିଡେ ସାଜ।


===

(2)


ବଦଳୁଥାଏ ସମୟ,

ସୀମା, ସରହଦ, ସମ୍ପର୍କ,

ରାତି ଦିନ, ରାସ ଓ ରହସ୍ୟ

ଆଖି ବୁଜିଲେ ଅନ୍ଧାର

ନିଦ ଭାଙ୍ଗିଲେ ସକାଳ।


ଘର କହିଲେ ଫ୍ଲାଟ ବହୁତଳ

ନ ଥାଏ ବାରଣ୍ଡା, ଅଗଣା,

ବନ୍ଦ ଝରକା, ରୁଦ୍ଧ ସ୍କାଏଲାଇଟ୍

ତାପ ନିୟନ୍ତ୍ରିତ କୋଠରୀ

ନିବୁଜ ଶୀତଳ ଅନ୍ଧାର।


ମୁକ୍ତ ନୁହେଁ ଏଠି ପବନ

ସ୍ବାଧୀନ ନୁହଁଇ ଜୀବନ

ଅସୂର୍ଯ୍ଯଂପଶ୍ଯା ଫ୍ଲାଟ୍ ମୋର

ନିର୍ବାସିତ କାଉ କୋଇଲିର ଦଳ

ପ୍ରତୀକ୍ଷାରେ ଥାଏ ସମୟ ।


ଆପ୍ସ ରେ ଅଙ୍କା ଅଭ୍ୟାସ

ମନମର୍ଜି ମେଡିଆର

ଅପେକ୍ଷାରେ ଥାଏ ସକାଳ

ହ୍ବାଟସଆପ୍ ଗୁଡ୍ ମର୍ଣ୍ଣିଂର

ନିଦ ଭାଙ୍ଗେ ମୋବାଇଲ୍

କପି କରା ଟୁଂ ଟାଂ ସ୍ବର।


Rate this content
Log in