STORYMIRROR

Sasmita Mohanty

Others

5.0  

Sasmita Mohanty

Others

ଘୋଷଯାତ୍ରା

ଘୋଷଯାତ୍ରା

1 min
13.9K


ରଥାରୂଢ ଜଗନ୍ନାଥ,କାଳିଆ ଠାକୁର,

ଚଉଦିଗେ ପ୍ରୀତି ଆଉ ଭକ୍ତିର ଲହର।।

ଚକ ଗଡେ,ରଥ ଚାଲେ ଘର୍ଘର ନିନାଦ

ହରିବୋଲ ହୁଳହୁଳି ପ୍ରକମ୍ପିତ ବିଶ୍ଵ ।।

ସଙ୍ଗେ ଥା'ନ୍ତି ଵଳଭଦ୍ର, ସୁଭଦ୍ରା ଭଗିନୀ

ସୁସଜ୍ଜିତ ରଥ ତିନି ଜନମନ ହାରୀ।।

ରହିଯାଏ ଦୂରେ କାହିଁ ବାଇଶି ପାହାଚ,

ସିଂହାସନ, ସିଂହଦ୍ବାର ଓ ଶ୍ରୀମନ୍ଦିର।।

ବଡଦାଣ୍ଡେ ଅସୁମାରି ମଣିଷଙ୍କ ଭିଡ,

ଜାତି ଧର୍ମ ବର୍ଣ୍ଣ ନାହିଁ ସଭିଏଁ ସମାନ।।

ଭକତ ଵତ୍ସଳ ନାମ ତାଙ୍କ ଭାଵଗ୍ରାହୀ

ଅଦ୍ଭୁତ ଏ ଘୋଷଯାତ୍ରା ଦୀନଜନ ପାଇଁ।।

ପତିତପାବନ ସିଏ କରୁଣା ସାଗର,

ସାମ୍ୟ ଓ ପ୍ରେମର ଜୟ ଜୟାକାର।।


Rate this content
Log in