Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bhagabat Sahoo

Others

4  

Bhagabat Sahoo

Others

ଶୁଝିକି ପାରିବୁ ତାଙ୍କରି ଋଣ

ଶୁଝିକି ପାରିବୁ ତାଙ୍କରି ଋଣ

1 min
3



ଶୁଝିକି ପାରିବୁ ତାଙ୍କରି ଋଣ

ଅଟନ୍ତି ସେ ତିନିଜଣ

ଯାହା ପାଇଁ ତୋର ମଣିଷ ଜନମ

ସଂସାରେ ହୋଇଛି ଧନ୍ୟ !!

ମାତା ଗର୍ଭ ଧାରୀ ତୋହରି ପାଇଁରେ

ସହିଛି କେତେ କଷଣ

ତୋ ପରି ପଥର ବୋଝ ସେ ବୋହିଛି

ଦଶ ମାସ ଦଶ ଦିନ !!

ମରଣ ସହିତ ଲଢେଇ କରିସେ

ଦେଇଛି ତୋତେ ଜନମ

ପାଟିରେ ତୋହର ଅମୃତ ଦେଇଛି

ଭାଙ୍ଗି ଦେଇ ତାର ସ୍ତନ !!

ତୋର ଗୁହ ମୁତ କେତେସେ କାଢ଼ିଛି

ମଣି ସେ ତାକୁ ଚନ୍ଦନ 

ତୋରୋଗ ବିଛଣା ଜଗିସେ ବସିଛି

ହେଉ ସେହି ରାତିଦିନ!!

ବାପାତ ତୋହର ଆକାଶ ପରିକା

ପାଳିଛି କରି ଜତନ

ଶୀତ ଖରା ବର୍ଷା କାକର ଖାଇସେ

ମଣିଷ କରିଛି ପୁଣ!!

ନିଜେ ଛି ଡ଼ାପିନ୍ଧିନୂଆ ପିନ୍ଧେଇଛି

ମୁଲ ଲାଗି ରାତିଦିନ

ଭଲ ମଣିଷଟେ କରିତେ ସଂସାରେ

ନିତି ଦେଖେ ନୂଆ ସ୍ୱପ୍ନ !!

ଶିକ୍ଷା ଗୁରୁ ତାଙ୍କ ଶିକ୍ଷାର ଆଲୋକ

କରିଛନ୍ତି ତୋତେ ଦାନ

ତାଙ୍କ ପାଇଁ ଆଜି ଆଦର ସବୁଠି

ପାଉଛୁ ତୁହି ରେ ଧନ !!

ଭୁଲି ତାଙ୍କ ତ୍ୟାଗ ତାଙ୍କର ମହତ

ଦେଖାଉଛୁ ବଡପଣ

ବଡ଼ ହେଲା ପରେ ସଭିଙ୍କୁ ମଣିଛୁ 

ସେମାନେ ଅଟନ୍ତି ହୀନ!!

ଗୁରୁଙ୍କୁ ଦେଖିଲେ ବାଟ ଭାଙ୍ଗି ଯାଉ

ଦେଉନା ତୁ ସନମାନ

ବାପ ମାଆ ଋଣ ପାଶୋରି ପଠାଉ

ତାହାଙ୍କୁ ଜରା ଭଵନ !!



Rate this content
Log in