Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bhagabat Sahoo

Others

4  

Bhagabat Sahoo

Others

କାନ୍ଦେ ସେ ଜୀବନ ଯାକ

କାନ୍ଦେ ସେ ଜୀବନ ଯାକ

1 min
2



କଳା ପଟା ପରେ ଧଳା ଅକ୍ଷର ରେ

ଲେଖା ଥାଏ ଯେଉଁ ପାଠ

ମନ ଦେଇ ଯିଏ ତାହାକୁ ପଢ଼ ଇ

ସେହି ହୁଏ ଭଲ ଚାଟ !


ପାଠ ପରା ଅଟେ ମଣିଷ ର ଆଖି

 ନପଢିବା ଲୋକ ମୂର୍ଖ

ଉଚ୍ଚ ଆସନ ରେ ସେହି ଜନ ବସେ

ପାଠ ରେ ଥାଏ ଯା ଚିତ୍ତ !


ସଭା ସ୍ଥଳ ଜନ ତାହାକୁ ମାନନ୍ତି

ସେହି ଅଟେ ଭଦ୍ର ଲୋକ

ବସିଥିବା ଲୋକ ତାହାଙ୍କୁ ଚିହଁନ୍ତି 

ପଢ଼ିଛି ବୋଲି ସେ ପାଠ !


ଶିକ୍ଷିତ କୁ ମିଳେ ସବୁଠି ସମ୍ମାନ

ବଢିଥାଏ ତାର ଯଶ 

ଶିକ୍ଷିତ ବଖାଣେ କେତେ ନୂଆ କଥା

ବୁଲେ ସେ ବିଦେଶ ଦେଶ !


ଗାଆଁ ରେ ମୁରୁଖ ମୁଲ ଲାଗେ ପୁଣି 

ଦେଇଥାଏ ସେହି ଟିପ

ସଭିଙ୍କ ପାଖ ରେ ହୁଏ ହେୟ ଘୁନ୍ୟ

ବସେନା ମଣିଷ ପାଖ !


ଶିଶୁ ବେଳେ ବିଦ୍ୟା ଅରଜନ କଲେ

ବଢ଼ି ଥାଏ ତାର ଖ୍ୟାତ 

ଛୁଆ ବେଳେ ଯିଏ ପାଠପଢେ ନାହିଁ 

କାନ୍ଦେ ସେ ଜୀବନ ଯାକ !



Rate this content
Log in