Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bhagabat Sahoo

Others

3  

Bhagabat Sahoo

Others

ସବୁ ଏଠି ଦିନେ ଫେରି ଚାଲିଯିବେ

ସବୁ ଏଠି ଦିନେ ଫେରି ଚାଲିଯିବେ

1 min
0



ସବୁ ଏଠି ଦିନେ ଫେରି ଚାଲିଯିବେ

କେହି ନରହିବେ ଜଣେ

ବାଛି ନେବ କଞ୍ଚା ରଖିବ ପାଚିଲା

ଦୁଃଖ ପାଇଁ ସବୁ ଦିନେ !!

ସବୁ ଜାଣି ଶୁଣି ଅଜଣା ମଣିଷ ବି

ଝୁରି ମରେ ଅନୁକ୍ଷଣେ

ପୁତ୍ରପୁତ୍ର ବୋଲି ବାହୁନି କାନ୍ଦଇ 

ଢାଳି ଲୁହ ସବୁ ଦିନେ!!

ବିଧାତା ର ଏହି ନିର୍ମମ୍ମ ବିଚାର

ବାଧା ଦିଏ ପ୍ରତି ପ୍ରାଣେ

କେଉଁ ଦୋଷେ ଦଣ୍ଡ ପାଇଛି ବୁଝେନା

ନିନ୍ଦେ ନିତି ଭଗବାନେ !!

କର୍ମ ନେଇ ଫଳ ସଭିଁଏ ଭୁଞ୍ଜନ୍ତି

ଲେଖାଅଛି ଯାହା କର୍ମେ

ଚାହିଁ ବଦଳେଇବ କିଏସେ ତାହାକୁ

ଏ ସଂସାରେ ଅଛି ଜଣେ !!

କରିଥିବା କର୍ମ ଫଳ ଭାବି ନେଇ

ଭୁଲି ଯିବା ତାକୁ ଆମେ

ମରି ପାରିବାନି ତାହା ପାଇଁ କେବେ

ଏହିତ ସମ୍ପର୍କ ମାନେ !!

ଆସିଲେ ଆମକୁ ଫେରିବାକୁ ହେବ

ଆଗ ପଛ କରି ଦିନେ

ଯିଏ ଚାଲି ଗଲା ମୁକ୍ତି ପାଇଗଲା

ଏ ଜ ଞ୍ଜା ଳ ଭରା ଧାମେ।


Rate this content
Log in