Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Snighdha Samantaray

Others

3  

Snighdha Samantaray

Others

ଶ୍ରାବଣର ଶ୍ରାବଣୀ

ଶ୍ରାବଣର ଶ୍ରାବଣୀ

1 min
218



ଶ୍ରାବଣ ମାସର ନବବଧୂ ତୁମେ

ନାମଟି ତୁମ ଶ୍ରାବଣୀ

ମନର ବୀଣାଟି ହୋଇବ ଝଙ୍କୃତ

ଗାଇବ ପ୍ରେମ ରାଗିଣୀ ।

ମଣିମୁକ୍ତା ଭରା ଭୂଷଣ ରେ ତୁମେ

ନୁପୁର ରେ ଛମ ଛମ

ଆନମନା ଦେହେ ଚମକ ଖେଳିବ

କାମନାର ଶତ ଉର୍ମି ।

ସପନ ଦ୍ୱୀପରେ ଭସାଇ ଦେବି ମୁଁ

କିଶୋରୀ ମନ ନଉକା

ମେଘମଲ୍ଲାର ରାଜରାଣୀ ତୁମେଗା

ଶ୍ରାବଣର ଅଭିସାରିକା ।

ଆକାଶ ଗଙ୍ଗାର ପରୀଟିଏ ତୁମେ

ମୁକ୍ତା ପସରା ତୋଳି

ମୃଦୁ ମୃଦୁ ହସ ଶୀତଳ ଶୋଭିତ

ତୃଷାର୍ତ୍ତକୁ ତୋଷ କରି ।

ମୁକୁଳା ନଦୀର ଅଥଳ ଗର୍ଭରେ

ମଧୁର ମୃର୍ଚ୍ଛନା ଗୀତି

କେବେ ଇନ୍ଦ୍ରଧନୁ ସାତରଙ୍ଗେ ରହି

ଆସିଥାଅ ନୀଳପରୀ ।

ଆସଶ୍ରାବଣୀ ଆସ ମେଘବର୍ଣ୍ଣି

ମେଘ ଆକାଶ ସୁକନ୍ୟା

ପ୍ରେମ ଆଇନା ରେ ତୁମ ରୂପ ଦେଖି

ହୃଦୟ ପ୍ରେମରେ ବନ୍ୟା ।

ଆକାଶ ଦେହରେ କଳାର ରେଶମୀ

ସବୁଜ ଶୋଭା ଧରଣୀ

ସୁ ସୁ ସୁ ନାଦରେ ପବନ ବହଇ

ସାତ ସୁରର ରାଗିଣୀ ।

ଶ୍ରାବଣୀ ସ୍ପର୍ଶରେ ସନ୍ତାପିତ ପ୍ରାଣ

ଆନନ୍ଦରେ ଯାଏ ଭରି

ତୁମ ଆଲିଙ୍ଗନେ ବନାନୀ ହସଇ

ଚାତକ ପ୍ରାଣ ପିୟାସୀ ।

ମେଘ ସବାରୀରୁ ଓହ୍ଲାଇ ଆସ

ଶ୍ରାବଣେ ତୁମେ ଶ୍ରାବଣୀ

ତୁମକୁ ସଞ୍ଚିବି ପୂଣ୍ୟ କଳସୀରେ

ଶିବ ଶଙ୍କରଙ୍କୁ ତୋଷି ।

ଶ୍ରାବଣର ତୁମେ ପାହାଡ଼ି ଝରଣା

ଅଭିମାନି ବର୍ଷାରାଣୀ

ବାଦଲ ସାଥିରେ ନାଚି ଉଠୁଥାଅ

ବିଜୁଳି ଭରା ରୋଷଣୀ ।



Rate this content
Log in