STORYMIRROR

Dr. Diptiranjan Behera

Others

3  

Dr. Diptiranjan Behera

Others

ଶ୍ରାବଣୀ

ଶ୍ରାବଣୀ

1 min
13.7K


ମନେପଡେ ଭାରି ଶ୍ରାବଣ ଆସିଲେ

ପହିଲି ବର୍ଷାର ବେଳ

ପୁଣି ମନେପଡେ ମୋ ଗାଁ ଦାଣ୍ଡରେ

କାଗଜ ଡ଼ଙ୍ଗାର ଖେଳ ||


ଯେତେ ମନାକଲେ ଯେତେ ବି ରାଗିଲେ

ମାନେନା ମା’ର କଥା

ସାଙ୍ଗସାଥି ମେଳେ କେତେ ଯେ ଖେଳଇ

ଭିଜାଇ ପାଦରୁ ମଥା ||


ହେଲେ ଆଜି ଲାଗେ ସମୟ ସାଥିରେ

ବରଷା ହୋଇଛି ବଡ

ଶ୍ରାବଣୀ ରାଣୀକୁ ପ୍ରେମିକା ସଜାଇ

ଦିଏ କବିତାର ମୋଡ ||


କାହିଁକି କେଜାଣି ଅମାନିଆ ମନ

ଭିଜିବାକୁ ଭଲ ପାଏ

ସେଥିପାଇଁ ବୋଧେ ବିନା ଶ୍ରାବଣରେ

ଶ୍ରାବଣୀକୁ ଖୋଜୁ ଥାଏ ||


-----------


ଦିପ୍ତିରଞ୍ଜନ ବେହେରା

(ବେଣ୍ଟପଦା, ଆଠଗଡ, କଟକ, Email: diptiranjan_behera@yahoo.com)

Mob. No: +18764832043


এই বিষয়বস্তু রেট
প্রবেশ করুন