ଶୀତ
ଶୀତ
1 min
256
ଗରମ କମ୍ବଳର ଉଷ୍ମତା ଭିତରୁ
ସ୍ପର୍ଶ କରେ ଶୀତର
ଥଣ୍ଡା ଥଣ୍ଡା ଦେହକୁ
ଅନୁଭବ କରେ
ତା' ଥଣ୍ଡାପଣକୁ...
କେବେ ଶୀତ ସହ ବସେ ମିତ
କେବେ ଶୀତ ପାଇଁ ଗାଏ ଗୀତ
ପୁଣି ମନେପଡେ ମନମିତ....।
ଶୀତ ଆସେ ଥିରି ଥିରି
ଅନେକ ସ୍ମୃତିକୁ ଧରି
ମନେପକାଇ ଦିଏ
ଆମର ପଛକଥା ସବୁ
ସେଇ ଅଝଟିଆ ପିଲାଦିନ
ଝୁରିହୁଏ ଏଇ ମନ ।
କ୍ଷେତରେ ପାଚିଲା ଧାନ
କେତେ ଖୁସି ଚାଷୀପୁଅର ମନ
ପୁଣି ଏଇ ଶୀତଋତୁର ଆଗମନ...
କେତେ ଭଲଲାଗେ ଏଇ
ଶୀତର ସକାଳ ଆଉ
ଶୀତ ସଞ୍ଜବେଳ
ହୃଦୟ ସେ ସ୍ମୃତିରେ ପାଗଳ ।
ପାର୍ବଣର ଋତୁ ପରା
ଜାଣେ ତ ଦୁନିଆ ସାରା
ଶୀତ ଆସେ
ମନେପଡେ ଗାଁ' କଥା
କେତେ କଥା କେତେ ବ୍ୟଥା
ଗାଁ'ରେ ଶୀତ ସକାଳ
ଶୀତରେ ସେ ସ୍କୁଲ ବେଳ
ଭାରି ମନେପଡେ ସତେ
ଦିନ ବିତୁଥାଏ ଯେତେ...
ଫେରିଛି ତ ଶୀତ
ଫେରିଛି ସେ ସ୍ମୃତି
ଗୀତ ଗପ କେତେ ଅସରନ୍ତି...।
