STORYMIRROR

Shuvam Sohan

Others

3  

Shuvam Sohan

Others

ଶିହରଣ

ଶିହରଣ

1 min
23.8K


ଯହିଁ ଲୁପ୍ତ ଅସ୍ତିତ୍ଵ ଏକ ଗ୍ରୀଷ୍ମ ଭାସ୍କରର, ଶ୍ଯାମଯଳଦ ଆଲିଙ୍ଗନେ

ଯହିଁ ଶୃତ ହୁଏ ବୃଷ୍ଟିକଣର ଆଜନ୍ମ ଅଟ୍ଟହାସ୍ୟ,

ଯହିଁ ନୃତ୍ୟରତ ସରୋବରେ ଜଳବିନ୍ଦୁର ସମୂହ,

ତହିଁ ନିମିଳିତ ଚକ୍ଷୁ ମୋର ଆଭାସେ ଅତୀନ୍ଦ୍ରିୟ।


ମଳୟ ବହାଇ ଉନ୍ମାଦନା

ନିଃସୃତ କରେ ଆର୍ତ୍ତନାଦ,

ପ୍ରାପ୍ତି ତାହାର ଅଟଳ ଅମରତ୍ଵ,

ସେ ଅମୃତଦେହୀ

ପ୍ରାଣେ ତାହାର ସିଞ୍ଚିତ

ଶାନ୍ତିର ଅଦୃଶ୍ୟ କଣ।


ଶୀତଳବହ୍ନିର ଶାଖାରେ ଧୃତ,

ମନପବନ ମୋର

ଜ୍ୟୋତ୍ସ୍ନାରେ ସଞ୍ଚରି

ମଧୂରାକ୍ଷ ରସାଦୃଶ୍ୟ,

ପଲ୍ଲବିତ କରି ଆତ୍ମାର କୁସୁମ ମଧୁପ।


ବିଲୁପ୍ତ ପ୍ରାୟ ମୋ ଅସ୍ଥିତ୍ଵ ଏ ଅତୀନ୍ଦ୍ରିୟ ଜଗତେ

କିନ୍ତୁ ହୁଏ ନାହିଁ ଧୈର୍ଯ୍ୟ ପ୍ରକମ୍ପିତ,

ଯହିଁ ପାରିଜାତର‌ ସୋମ୍ୟ ସୋର୍ସ ସୁଗନ୍ଧ

ଏବଂ ଖଦ୍ୟୋତର ସୁପ୍ତ ଆଲୋକ

ହୁଏ ସଞ୍ଚରିତ,

କରି ମୋର ଆତ୍ମ ଅଟ୍ଟହାସ ଚିରନ୍ତନୀ,

ଚନ୍ଦ୍ରର ଅଟ୍ଟହାସର ପ୍ରତିଫଳନ

ସଞ୍ଚରି ମୋ ଦେହେ ଶୀତଳବହ୍ନୀର ଶିଖା।


ଅପାସୋରା ସନ୍ଧ୍ୟା ଏ ମଧୂରାକ୍ଷ ଭରା

ଯହିଁ ଶୃତ ମଳୟର ଆର୍ତ୍ତ,

"ମୁଁ ଅମର, ମୁଁ ଅକ୍ଷର, ମୁଁ ଅମୃତଦେହୀ।"


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍