କୁମ୍ଭାଟୁଆର ସ୍ଵାଗତୋକ୍ତି
କୁମ୍ଭାଟୁଆର ସ୍ଵାଗତୋକ୍ତି
1 min
11.5K
କୁମ୍ଭାଟୁଆର ଉଲ୍ଲସ ଆର୍ତ୍ତେ,
ଯାହା ଅଶ୍ରୁତ ବ୍ୟସ୍ତତାର କର୍ଣ୍ଣେ,
ଜଣାଏ ସେ ସ୍ଵାଗତୋକ୍ତି
ନିର୍ଜନକୁ
ଯହିଁ ନବ ପଲ୍ଲବିତ ଲାବଣ୍ୟ ଆସେ ମୌସୁମୀ ସହ
ଯାଦ୍ଵାରା ହୁଏ ସମ୍ଭୂତ
କୃଷ୍ଣଚୂଡାରେ ଅଶ୍ରୁତ ଅଟ୍ଟହାସ୍ୟ।
ନିମିଳିତ ଚକ୍ଷୁ ମୋର ଭିଜା
ମୌସୁମୀର କୀୟଦଂଶ ଅବା କ୍ଵଚିତ
ପୟର ବୁନ୍ଦାରେ,
ବର୍ଷା ସ୍ନାତ ମାନସ ମୋର
ଲାବଣ୍ୟମୟ ବର୍ଷାର ଅଧ୍ୟୁଷିତ ମୁହୂର୍ତ୍ତେ
ଶଶୀ-ଜ୍ୟୋସ୍ନାଦୀପ୍ତ ପ୍ରାକ୍-ମୌସୁମୀ ମଳୟେ,
ମନପବନଟି ମୋର ହୁଏ ଯେ ବ୍ୟାକୁଳ
କିଛିଟା ଅମିୟବୁନ୍ଦା ପଡ଼ନ୍ତା ଆନନ୍ଦେ
ଜାଗୃତ କରି ମୋ ଆତ୍ମ, ଆଭାସି ଆନନ୍ଦ ଅତୀନ୍ଦ୍ରିୟ
ଏବଂ ଖେଳାଇ ପ୍ରକମ୍ପମାନ ଗୁଞ୍ଜନ
"ମୁଁ ଅମର, ମୁଁ ଅକ୍ଷର, ମୁଁ ଅମୃତ ଦେହୀ"
ବହି ଆସେ ସୁଦୂରୁ ଏକ ଅଶ୍ରୁତ ଦୈବ୍ୟ କଣ୍ଠୁ,
ବସନ୍ତେ ବସନ୍ତି କୁସୁମସୁକୁମାରୈର୍ ଅବୟାବୈର୍ ଭ୍ରମନ୍ତିମ୍ ।
କାନ୍ତାରେ ବହୁବିହୀତ କୃଷ୍ନାନୁସାରଣମ୍ ।।
