ସ୍ୱାଧୀନତାର ୭୨ ବର୍ଷ ପରେ ଭାରତ
ସ୍ୱାଧୀନତାର ୭୨ ବର୍ଷ ପରେ ଭାରତ
ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ଗିରିବନ ପ୍ରାନ୍ତର
ନଦ ନଦୀ ଝରଣା ପରିବେଶ ସୌମ୍ୟଶାନ୍ତର
ଆମ ସୁନାର ଭାରତ ବି ଦିନେ ଭୋଗିଛି
ତିକ୍ତ ସ୍ୱାଦ ନିଜ ପରାଧୀନତାର |୧|
ସ୍ୱାଧୀନତା ପାଇଁ ଗାନ୍ଧୀ,ସୁବାଷ,ସର୍ଦ୍ଦାର
ସହିଛନ୍ତି କେତେ ଅପମାନ ଗାଳି
ହୋଇଛନ୍ତି କେତେ ଅମର ଶହୀଦ
ଦେଇ ନିଜ ପ୍ରାଣ ବଳି |୨|
ଲୋକତନ୍ତ୍ର ଆସିଲା ପରେ ବି
ଲୋକେ ଖୋଜନ୍ତି ନିଜର ଅଧିକାର
ଡ଼ଲାର ଓ ପଇସା ମଧ୍ୟରେ ବଢୁଛି ଦୂର
ମୁଣ୍ଡବ୍ୟଥା ସାଜିଛି ଏଠି ବେରୋଜଗାର
ମହଙ୍ଗା ହେଲାଣି ରୁଟି,ଭାତ ଓ ଡାଲି
ନେତାଏ ଛାଡ଼ନ୍ତି ଫମ୍ପା ଭାଷଣ ଖାଲି |୩|
କିଛି ଲୋକ ପାଇଁ..
ସ୍ୱାଧୀନତାର ଅର୍ଥ ହୋଇଛି ଘୋଟାଲା
ଭ୍ରଷ୍ଟାଚାରର ରଙ୍ଗରେ ହିମାଳୟ କଳା
ସ୍ୱାଧୀନରେ ଖାଇଯାନ୍ତି ପଶୁଙ୍କ ଚାରା
ସ୍ୱାଧୀନର ଖେଳ ଖେଳନ୍ତି ଫିକ୍ସିଙ୍ଗ ବଲରେ
ହାର ବଦଳରେ ପିନ୍ଧିବାକୁ ପଇସାର ମାଳା |୪|
ବିଜ୍ଞାନ ଓ ପ୍ରଯୁକ୍ତି କ୍ଷେତ୍ରରେ
ଆମେ ବହୁତ ଆଗୁଆ
ଚନ୍ଦ୍ର ଓ ମଙ୍ଗଳ ରେ ପହଞ୍ଚିବାକୁ
ରୁଷିଆ ,ଚୀନ,ଆମେରିକା ହକା୍ବକା
କିନ୍ତୁ ଆମେ ମାରିଛୁ ପ୍ରଥମ ବଲରେ ଛକା |୫|
ସତ୍ୟ ଅହିଂସା ର ଅକ୍ଲାନ୍ତ ଶ୍ରମରେ
ବଜ୍ର ମୋ ଭାରତ କଳେବର
ହିନ ବ୍ୟକ୍ତିତ୍ୱର ହିନ ଚକ୍ରାନ୍ତରେ
ହୋଇନାହିଁ ବାଟବଣା
ବିକାଶ ମନ୍ତ୍ରରେ ବିକଶିତ ପଥେ
କୋଟିଏରେ ଗୋଟିଏ ଗଣା |୬|
ସାଇତି ରଖିଛି ନିଜ ହୃଦୟରେ
ଭିନ୍ନ ଭିନ୍ନ ଧର୍ମ ଭାଷା ଭାଷୀ
ସଭିଏଁ ଚଳନ୍ତି ବିନା ଭେଦଭାବେ
ପରସ୍ପରକୁ ମମତା ରଜ୍ଜୁରେ ବାନ୍ଧି
ନଇଁଯାଆନ୍ତିନି ଭାଙ୍ଗିବା ତା ଦୂର
ବହିଲେ ଅକାଳ ଝାଞ୍ଜି |୭|
ଉଠିଗଲା ଧାରା ତିନିଶହ ସତୁରି
ସର୍ବେ ହୋଇବା ଏକାକାର
ସାର୍ବଭମୌତ୍ୱର ଏକ ବଳିଷ୍ଠ ନିଦର୍ଶନ
ଏକ ଦେଶ ଏକ ସମ୍ବିଧାନର ବିଚାର
କାଶ୍ମୀର ଠାରୁ କନ୍ୟାକୁମାରୀ,
ଏହା ଅଖଣ୍ଡ ଭାରତର ଆକାର |୮|
ଏମିତି ଉଡେଇବା ଆକାଶେ ତ୍ରିରଙ୍ଗା
ଶତ୍ରୁ ହେବ ବାଧ୍ୟ ବଜେଇବାକୁ ତାଳି
ଏକତା ଥିଲା ଓ ରହିବ ସମ୍ବଳ ଆମରି
ଶତ୍ରୁ ଦେଶ ନିଶ୍ଚେ ଚାଟିବ ଧୂଳି |୯|
