STORYMIRROR

SIBARAM MAHAPATRA

Others

3  

SIBARAM MAHAPATRA

Others

ମାନାଲି

ମାନାଲି

1 min
139

ଶରତର ପହିଲି ସ୍ପର୍ଶରେ  

ମନାଲିର ପ୍ରାକୃତିକ ସୌନ୍ଦର୍ଯ୍ୟ

ଦେଖି ମନେ ଉଙ୍କି ମାରେ ଉନ୍ମାଦନା

ଏହା ହିଁ ଅଟେ କି ପ୍ରକୃତିର ମାଧୁର୍ଯ୍ୟ !

ସେ ଅଙ୍କା ବଙ୍କା ରାସ୍ତା ସାଙ୍ଗକୁ

ବିକଶିତ କାଶକୁସୁମର ହାସ

କି ସୁନ୍ଦର ଗିରିବନ ପ୍ରାନ୍ତର

ଶରତ ମହିଶୀ କରୁଥାଏ ପ୍ରକାଶ ।

 ଅଚାନକ ବରଫପାତ ଆସିଲାମାଡ଼ି

ଯେମିତି ଆକାଶ  ଖଣ୍ଡ ଖଣ୍ଡ ହୋଇ ପଡିଲା ଝରି

ନିଜେ ନିଜକୁ ମିଟେଇ

ଏକା ରଙ୍ଗେ ସଭିଙ୍କୁ ଦେଲା ରଙ୍ଗେଇ ।

 ହୋଇପାରେ ଏହା କାହାପାଇଁ

ଶରତର ମହକ ଅବା ଓଠ ଧାରେ ଅସରନ୍ତି ହସ

କେବେ ହୋଇପାରେ ଏହା ପୁଣି

ବରଫଭିଜା ଅତୀତ ଅବା ରଙ୍ଗୀନ ଗୋଲାପର ବାସ।

 ମନେ ପକାଇ ଦିଏ ଏହା ଯେ

ପ୍ରେମିକ ପ୍ରେମିକାଙ୍କ ପ୍ରୀତିର ପହିଲି ପରଶ

ମଁ କିନ୍ତୁ ଉତଫୁଲ୍ଲିତ  ଆଉ କିଛିପାଇଁ

ମେନପକାଇ ତୁମ ଭିତରେ ନିଜେ ନିଜର ଇତିହାସ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍