ମନାଲି
ମନାଲି
1 min
197
ଶରତର ପହିଲି ସ୍ପର୍ଶ ରେ
ମନାଲି ର ପ୍ରାକୃତିକ ସୌନ୍ଦର୍ଯ୍ୟ
ଦେଖି ମନେ ଉଙ୍କି ମାରେ ଉନ୍ମାଦନା
ଏହା ହିଁ ଅଟେ କି ପ୍ରକୃତିର ମାଧୁର୍ଯ୍ୟ !
ସେ ଅଙ୍କା ବଙ୍କା ରାସ୍ତା ସାଙ୍ଗ କୁ
ବିକଶିତ କାଶକୁସୁମ ର ହାସ
କି ସୁନ୍ଦର ଗିରିବନ ପ୍ରାନ୍ତର
ଶରତ ମହିଶୀ କରୁଥାଏ ପ୍ରକାଶ ।
ଅଚାନକ ବରଫପାତ ଆସିଲାମାଡ଼ି
ଯେମିତି ଆକାଶ ଖଣ୍ଡ ଖଣ୍ଡ ହୋଇ ପଡିଲା ଝରି
ନିଜେ ନିଜକୁ ମିଟେଇ
ଏକା ରଙ୍ଗେ ସଭିଙ୍କୁ ଦେଲା ରଙ୍ଗେଇ ।
ହୋଇପାରେ ଏହା କାହାପାଇଁ
ଶରତର ମହକ ଅବା ଓଠ ଧାରେ ଅସରନ୍ତି ହସ
କେବେ ହୋଇପାରେ ଏହା ପୁଣି
ବରଫଭିଜା ଅତୀତ ଅବା ରଙ୍ଗୀନ ଗୋଲାପର ବାସ।
ମନେ ପକାଇ ଦିଏ ଏହା ଯେ
ପ୍ରେମିକ ପ୍ରେମିକାଙ୍କ ପ୍ରୀତି ର ପହିଲି ପରଶ
ମଁ କିନ୍ତୁ ଉତଫୁଲ୍ଲିତ ଆଉ କିଛିପାଇଁ
ମେନପକାଇ ତୁମ ଭିତରେ ନିଜେ ନିଜର ଇତିହାସ ।
