STORYMIRROR

Kisan Kumar Barik

Others

2  

Kisan Kumar Barik

Others

ରାଣ ଦେଲି! ବର୍ଷା ଠୁ ଦୁରେଇ ରହିବ ।।

ରାଣ ଦେଲି! ବର୍ଷା ଠୁ ଦୁରେଇ ରହିବ ।।

1 min
13.9K


ରାଣ ଦେଇଥିଲା ମୋତେ

ତମକୁ ନ ଛୁଇଁବା ପାଇଁ..

ରାଣ ନିୟମରେ ବାନ୍ଧି ରଖିଥିଲା

ମୋତେ ତମର ନୁହଁ ସବୁ

ମୋର ଖୁସି ପାଇଁ..

ଜାଣି ନେଇଥିଲା ମୋ ପ୍ରିୟା ତା ଠାରୁ

ବେଶୀ ପ୍ରିୟ ତମେ ଥିଲ ବୋଲି

ମୋ ପ୍ରଥମ ପ୍ରେମ କହିଲେ

ତୁମେ ହିଁ ଥିଲ ବର୍ଷା..

ତୁମେ ଆସିଲା କ୍ଷଣି ହିଁ

ସବୁକିଛି ପଛରେ ପକେଇ

ମୁଁ ଦଉଡି ଯାଏ

ତମକୁ ଛାତିରେ ଲଗେଇନିଏ..

ତମ ସହ ନାଚେ ଖେଳେ

ମୁଁ ତମ ଛିଟାର ଛୁଆଁ

ମୋ ଦେହରେ ଶହେ ଶିହରଣ

ଖେଳେଇ ଦିଏ..

କିନ୍ତୁ ମୋ ପ୍ରିୟାକୁ ତମେ ପସନ୍ଦ ନଥିଲ..

ମୁଁ ଲୁଚେଇ ରଖିଥିଲି ଏ କଥା

ତା'ଠୁ ହେଲେ ସିଏ ବାରି ନେଲା..

ସେଇଥିପାଇଁ ବୋଧହୁଏ ରାଣ ନିୟମ ଦେଇ

ମୋତେ ତମଠୁ ଦୁରେଇ ଦେଲା..


Rate this content
Log in