STORYMIRROR

shantilata devi

Others

4  

shantilata devi

Others

ପ୍ରତୀକ୍ଷା

ପ୍ରତୀକ୍ଷା

1 min
238


ତୁମେ ମନେ ପଡ ନିରବରେ

ଶୂନଶାନ ରାତ୍ରିର ଘନ ଅନ୍ଧକାରେ

ଲାଗେ ସତେ ଯେପରି ତୁମେ

ଛୁପି ଛୁପି ମୋତେ ଦେଖୁଛ

କହୁଛ କାହିଁକି ଉଦାସୀ ମନ

ଛାଡ଼ି ଯାଇଛି ପୁତ୍ରକନ୍ୟା ବନ୍ଧୁପରିଜନ।


ମୋ ସମୟର ଖେଳ ସରିଗଲା

ମୁଁ ଚାଲିଗଲି ସିନା କିନ୍ତୁ ତୁମକୁ ଭୁଲି ପାରୁନି

ତେଣୁ ରାତ୍ରର ତୃତୀୟ ପ୍ରହରେ

କବାଟ ଫାଙ୍କରେ ଆସି ଉଙ୍କି ଦେଖେ

ଠିକ୍ ସେ ଶୋଇଛ,ଖାଇଛ ତ

ସତରେ ତୁମେ ମୋର ଭାରି ପାରିବାର

କିନ୍ତୁ ଟିକେ ଅଭିମାନୀ,ମାନିନୀ

ମୁଁ ପାଖକୁ ସିନା ଯାଇ ପାରୁନି

ଅନୁଭବ କରୁଛି ତୁମ କୋହଭରା ମୁଁହ।


ସତରେ ରାତ୍ରିର ତୃତୀୟ ପ୍ରହରେ

ନିଦ ଭାଙ୍ଗି ଉଠି ବସେ ଲାଗେ ସତେ

ତୁମେ ଥିଲ ପୁଣି କୁଆଡେ ଚାଲିଗଲ

ନୀରବରେ ବସି ତୁମର ଗୋଟି ଗୋଟି କଥା

ମନେ ପଡେ ଆଈ ମାଆର ଗପ ପେଡ଼ି ପରି

କାହିଁ କେଜାଣି ଏ ମନ ବୁଝୁନୁ।


ମୁଁ ଜାଣେ ତୁମେ ଆଉ ଫେରିବନି

କିନ୍ତୁ କଣ କରିବି ଆଜିକାଲି କାହିଁ

ତୁମ ଅବର୍ତ୍ତମାନ ବହୁତ ବାଧୁଛି

ମନ କହୁଛି ତୁମ କୋଳରେ ମୁଣ୍ଡ ରଖି

ମନ ଭରି ଯେତେ ପାରନ୍ତି କାନ୍ଦନ୍ତି

ତୁମେ କୁହନ୍ତ ମୁଁ ଅଛି ପରା ପାଖେ

କାହିଁ ଭାଙ୍ଗି ପଡ ମୋର ସୁକୁମାରୀ

ସତରେ ତୁମକୁ ପ୍ରତୀକ୍ଷା ନିର୍ଜନ ରାତ୍ରିରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍