STORYMIRROR

Pranati Mishra

Others

3  

Pranati Mishra

Others

ପ୍ରଣାମ ହେ ଦୟାମୟୀ ମାଆ..

ପ୍ରଣାମ ହେ ଦୟାମୟୀ ମାଆ..

1 min
936


ଭକ୍ତିର ପ୍ରଦୀପ ହୃଦେ ଜାଳି ଆଜି
ଡାକୁଅଛି ବାର ବାର
ହେ କଲ୍ୟାଣମୟୀ ଦୟାମୟୀ ମାଆ
ପ୍ରଣାମ ଗ୍ରହଣ କର।
ଜାଣେନାହିଁ ମନ୍ତ୍ର ଜାଣେନାହିଁ ତନ୍ତ୍ର
ଜାଣିଛି ମାଆ ଖାଲି ତତେ
ଭକ୍ତି ନୈବିଦ୍ଯ ମୋ ଅର୍ପଣ କରୁଛି
ସଦା ଥିବୁ ସାଥେ ସାଥେ।
ତୋ ଆଶୀଷ ଥିଲେ ଦୁଃଖର ଦରିଆ
ଖୁସି ରେ ହେବି ମୁଁ ପାରି
ଚଲାପଥେ ମୋର ଥାଉ ଯେତେ ବାଧା
ସବୁ ଯିବ ଅପସରି।
ଧରିଥିବୁ ହାତ ଚାଲୁଥିବି ପଥ
ଝୁଣ୍ଟିଲେ ମା ଉଠେଇବୁ
ଝାଡିଦେଇ ଧୂଳି ନେବୁ ମାଆ ତୋଳି
ପାଶେ ପାଶେ ସଦା ଥିବୁ।


Rate this content
Log in