STORYMIRROR

Pranati Mishra

Others

3  

Pranati Mishra

Others

ଗୋଲାପ ଦିବସ

ଗୋଲାପ ଦିବସ

1 min
509


ନାଲି ଗୋଲାପ ନାହିଁ ମୋ ପାଶେ

ଅଛି ଶରଧା ସ୍ନେହ

ପଠେଇଦେଲି ସଭିଙ୍କ ପାଶେ

ସଭିଏଁ ତୋଳିନିଅ।

କି ହେବ କୁହ ଗୋଲାପ ଦେଲେ

ମମତା ଯହିଁ ନାହିଁ

ସାଇତି ଅଛି ହୃଦେ ତୁମକୁ

ଗୋଲାପ ଦେବି କାହିଁ?

କଣ୍ଟାରେ ଭରା ଗୋଲାପ ଗଛ

ଛୁଇଁଲେ ଦିଏ କଷ୍ଟ

ଜାଣି ଶୁଣି ମୁଁ ଛୁଇଁବି କିଆଁ

ଫୁଲକୁ କରି ନଷ୍ଟ।

ଦେଇଛି ପାଣି ଦେଇଛି ସାର

ଗୋଲାପ ଗଛେ ଆଜି

ମୋ ହାତେ ତୁମ ହାତକୁ ରଖ

ପ୍ରେମରେ ଯିବା ହଜି।


Rate this content
Log in