STORYMIRROR

Mishra Pooja

Others Romance

3  

Mishra Pooja

Others Romance

ପ୍ରେମର ରାସ୍ତା

ପ୍ରେମର ରାସ୍ତା

1 min
13K


ଆଖିର ଲୁହରେ ତକିଆ ଭିଜିଲେ

କିଏ ବା ପାରିବ ବୁଝି

ଯେ ବୁଝି ପାରନ୍ତା ସେ ତ ଲଗାଇଛି

ଜୀବନ ସହିତ ବାଜି ।

ପ୍ରେମରେ ପାଗଳ କରିଦେଇ ମୋତେ

ଭୁଲିଯିବା ପାଇଁ କୁହେ

ସେ କାହୁଁ ବୁଝିବ ସାରା ରାତି ମୋର

ତକିଆ ଭିଜୁଛି ଲୁହେ ।

ମୋ ଲୁହକୁ ସିନା ଭଲପାଏ ବୋଲି

ଏକା କରି ଗଲା ଚାଲି

ସେ କାହୁଁ ବୁଝିବ ଆଖି ତଳେ ସିଏ

ପାଦ ତଳେ ଚୋରାବାଲି ।

ମଝି ଦରିଆରେ ଭାସୁଛି ଏକାକୀ

ପାଉ ନାହିଁ ଥଳ କୂଳ

ସେ ପାଇଁ ଭାବୁଛି ବୋଧହୁଏ ମୋର

ସରି ଆସିଲାଣି ବେଳ ।

ମିଶ୍ର ପୂଜା


Rate this content
Log in