STORYMIRROR

Eshani Samal

Others

3  

Eshani Samal

Others

ପ୍ରେମିକା

ପ୍ରେମିକା

1 min
203

ଆଗରୁ ଲେଖିଥିଲି

ହେଲେ ସେଦିନ ତାର ଖଣ୍ଡବିଖଣ୍ଡିତ ସ୍ମୃତିକୁ ସାଉଁଟିବାକୁ ପୁଣି ଥରେ କଲମ ଧରିଲି

ଆଉ ତା ପରେ ସିଏ ମୋର ଅଭ୍ୟାସ ହୋଇଗଲା।

ଆଉ ହଁ ପ୍ରେମଟା ଯଦି ଖାଲି ତାର କି ମୋ ଅକ୍ତିଆରରେ ଥାଆନ୍ତା!

ହେଲେ, ସତ କହୁଛି ମୁଁ ଆଜି ଦୁନିଆର ସବୁଠୁ ସୁନ୍ଦର ପ୍ରେମିକା ହେଇଥାନ୍ତି

ଆଉ ଚିର ସବୁଜ ହେଇଥାନ୍ତା ଏଇ ଅଳ୍ପ ଦିନର ଗଳ୍ପ ଆମର।

ଆଉ ହଁ ତୁ ଯଦି କେବେ ଘଡ଼ିଏ ପଢ଼ି ହେଇଥାନ୍ତୁ ନାଁ

ମୁଁ ଅବିକଳ ତୁମକୁ ମୋ କାଗଜରେ ଉତାରି ପକାଇଥାନ୍ତି

 ଜାଣେ ଯେ ତୁ କେବେ ବି ବୁଝି ହବୁନି

ତଥାପି ବି ତୋ ସେଇ "କିନ୍ତୁ"ରେ ରହିଥାନ୍ତି

ଖୋଜୁଥାନ୍ତି, ଭୋଗିଥାନ୍ତି ତତେ ବାସ୍ ମୁଁ ଥକିବା ଯାଏଁ

ବାସ୍ ଖାଲି ଥରେ ତୁମ ନିରବତାର ସୀମା ସରହଦକୁ ଡେଇଁ ପୂର୍ଣ୍ଣଚ୍ଛେଦକୁ ଭେଟିବା ଯାଏଁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍