ପ୍ରେମିକା
ପ୍ରେମିକା
1 min
196
ଆଗରୁ ଲେଖିଥିଲି
ହେଲେ ସେଦିନ ତାର ଖଣ୍ଡବିଖଣ୍ଡିତ ସ୍ମୃତିକୁ ସାଉଁଟିବାକୁ ପୁଣି ଥରେ କଲମ ଧରିଲି
ଆଉ ତା ପରେ ସିଏ ମୋର ଅଭ୍ୟାସ ହୋଇଗଲା।
ଆଉ ହଁ ପ୍ରେମଟା ଯଦି ଖାଲି ତାର କି ମୋ ଅକ୍ତିଆରରେ ଥାଆନ୍ତା!
ହେଲେ, ସତ କହୁଛି ମୁଁ ଆଜି ଦୁନିଆର ସବୁଠୁ ସୁନ୍ଦର ପ୍ରେମିକା ହେଇଥାନ୍ତି
ଆଉ ଚିର ସବୁଜ ହେଇଥାନ୍ତା ଏଇ ଅଳ୍ପ ଦିନର ଗଳ୍ପ ଆମର।
ଆଉ ହଁ ତୁ ଯଦି କେବେ ଘଡ଼ିଏ ପଢ଼ି ହେଇଥାନ୍ତୁ ନାଁ
ମୁଁ ଅବିକଳ ତୁମକୁ ମୋ କାଗଜରେ ଉତାରି ପକାଇଥାନ୍ତି
ଜାଣେ ଯେ ତୁ କେବେ ବି ବୁଝି ହବୁନି
ତଥାପି ବି ତୋ ସେଇ "କିନ୍ତୁ"ରେ ରହିଥାନ୍ତି
ଖୋଜୁଥାନ୍ତି, ଭୋଗିଥାନ୍ତି ତତେ ବାସ୍ ମୁଁ ଥକିବା ଯାଏଁ
ବାସ୍ ଖାଲି ଥରେ ତୁମ ନିରବତାର ସୀମା ସରହଦକୁ ଡେଇଁ ପୂର୍ଣ୍ଣଚ୍ଛେଦକୁ ଭେଟିବା ଯାଏଁ।
