STORYMIRROR

Sapan Kumar Giri

Others

2  

Sapan Kumar Giri

Others

ପ୍ରେମିକ

ପ୍ରେମିକ

1 min
2.2K


ପ୍ରେମିକ

କେବେକେବେ ପ୍ରେମିକଟିଏ ସାଜିବାକୁ ପଡେ

ଶବ୍ଦମାନଙ୍କ ପାଖରେ,

ଆଣ୍ଠେଇବାକୁ ହୁଏ, କରିବାକୁ ପଡେ ପ୍ରେମ ନିବେଦନ ।

ତାଙ୍କ ରାଗ, ରୋଷ, ଅଭିମାନ ଭାଙ୍ଗିବାକୁ

ଦେଖେଇବାକୁ ପଡେ ବି ପ୍ରେମିକପଣ ।

କେବେକେବେ ଭାରି ଲାଜେଇଯାଆନ୍ତି ସେମାନେ

ଧରାଦବାକୁ ମନା କରନ୍ତି,

ତାଙ୍କର ଏ ନିରୁତା ଆତ୍ମୀୟତାରେ ସେମାନେ 

ମୋତେ ଭାରି ଭଲଲାଗନ୍ତି । 


Rate this content
Log in