ଶୂନ୍ୟ ଅଭିବ୍ୟକ୍ତି
ଶୂନ୍ୟ ଅଭିବ୍ୟକ୍ତି
1 min
402
ସ୍ୱପ୍ନ ଆଉ ସତ୍ୟତା ଭିତରେ
ଆପଣାର ଅସ୍ତିତ୍ୱକୁ
ହଜେଇ ଚାଲୁଥିବା ମଣିଷ ମାନଙ୍କ
ଭିଡ ଭିତରେ ମୁଁ ନିଃସ୍ୱ ।
ଆକାଶ ଆଉ ମାଟିର ଦୁରତାକୁ
ମାପିବାକୁ ଚେଷ୍ଟା କରୁକରୁ
କେତେବେଳେ ଯେ ନିଜକୁ
ହଜେଇ ସାରିଲିଣି ନିଜ ଭିତରେ ।
କଣ ବା କରିଥାନ୍ତି?
ଏଠି ହକ୍ ମାଗିବାକୁ ହେଲେ
ହାତ ପତେଇବାକୁ ପଡେ ।
ଅପଦସ୍ଥ ହବାକୁ ପଡେ ।
ଆତ୍ମହତ୍ୟା କରିବାକୁ ପଡେ
ସ୍ୱପ୍ନ ମାନଙ୍କୁ ନିଜନିଜ ଜାଗାରେ
ସଜାଡି ଛିଡାକରିବା ପୂର୍ବରୁ ।
ସେମାନେ କଣ ବା ଦିଅନ୍ତି?
ଖାଲି ଯାହା ସମବେଦନା ନାଆରେ
ମିଛ ଆହା ଚୁଚୁ ଦୁଇପଦ ।
ତଦନ୍ତ ଆଳରେ ଘଟଣାକୁ ଚପାଇ ଦିଅନ୍ତି
ସତ ର ହତ୍ୟାକରି ନିଜ ବେକରେ
ପକାନ୍ତି ଫୁଲମାଳ ।
ଋଣ ଆଉ ଅଭାବକୁ ସହିନପାରି
ଆତ୍ମହତ୍ୟା କରିଥିବା ଚାଷୀର ପରିବାରଟା
ଖାଲି ଅନେଇଥାଏ ଶୂନ୍ୟକୁ ।
ମହାଶୂନ୍ୟକୁ !
