STORYMIRROR

PRATAP MALIK

Others

2  

PRATAP MALIK

Others

ପ୍ରେମ

ପ୍ରେମ

1 min
13.8K


ଜୀବନ ଜିଇଁବା

ଜିଇଁ କି ମରିବା,

ମରିମରି ଜିଇଁବା......

ଏକା ଏକା ନିରୋଳାରେ

ସବୁ ତୁମରି ପାଇଁ I୧II

ବଦଳିଲା ବଦଳିଲା

ପରି ଲାଗୁଛ,

ସେମିତି ନାହଁ

ଯେମିତି ଆଗରୁ ଥିଲ !

ନିତି ଝରା ଫୁଲ ପରି

ଖାଲି ମୋରି ପାଇଁ I୨II

ତୁମେ ତ ଦୂରେଇ ଗଲ

ଜୀବନଠୁ ବହୁତ ଦୂର

ଶୁଣିଲି ତୁମେ ବି

ଜଳୁଛ

ଏକା ଏକା

ସଞ୍ଜବତୀ ପରି

ବୋଧେ ସଭିଙ୍କ ପାଇଁ I୩II

ଏଇତ ଜୀବନ

ଚାଲୁଛି ଚାଲୁଥିବ ମଧ୍ୟ,

ସୁଖ ଅବା ଦୁଃଖ

ଅଙ୍କାବଙ୍କା ନଈ ପରି !

ତେବେ କାହିଁକି ନୁହେଁ

ତୁମେ ଆଉ ମୁଁ,

ହାତେ ମାପି ଚାଖଣ୍ଡେ

ଦୁହେଁ ଦୁହିଁଙ୍କ ପାଇଁ I୪II


Rate this content
Log in