Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

PRATAP MALIK

Others

3  

PRATAP MALIK

Others

ଧୋକା

ଧୋକା

1 min
6.9K


ବିଷାଦର ଛାଇ ସାଥି ତୁମପାଇଁ

ପ୍ରେମନୁହେଁ ଥିଲା ଧୋକା;

ପ୍ରୀତି ପ୍ରତାରଣା ସବୁଥିଲା ଜଣା

ବୁଝିବାରେ ଥିଲି ବୋକା I୧ II


ବିରହରେ ରାତି ଯାଉଅଛି ବିତି

ସପନ କରୁଛି ଥଟ୍ଟା;

ବିଜନରେ ନିତି ମନେପଡ ଅତି

ବିଧାନେ କପାଳ ଫଟା I୨ II


ଜୀବନ ଯମୁନା କଦମ୍ବ ଫୁଟେନା

ତୁମବିନା ସବୁ ମୂର୍ଚ୍ଛନା;

ଫଗୁଣ ଶ୍ରାବଣ ଅଲୋଡ଼ା ପାର୍ବଣ

ପ୍ରିତୀଗଙ୍ଗା ତୁମ ଛଳନା I୩ II


ଛଳନାକୁ ତୁମ ନକରି କଳନା

କଳ୍ପନାରେ ଦେଇ ମନ;

ସ୍ମୃତି ସଞ୍ଜବତୀ ଜାଳି ଦିନରାତି

ଅଭୁଲା ଅତୀତ ପ୍ରେମ I୪ II


ତିଳତିଳ କରି ଦେଲୁ ମୋତେଜାଳି

ବିଶ୍ୱାସରେ ଭରି ବିଷ;

ମୋସଙ୍ଗେ ସଙ୍ଗୀତ ଅନ୍ୟକୁ ଇଙ୍ଗିତ

ତୁମେମୋ ଆରମ୍ଭ ଶେଷ I୫ II


Rate this content
Log in