STORYMIRROR

PRATAP MALIK

Others

3  

PRATAP MALIK

Others

ଦୁନିଆଁ କହିବ, ପ୍ରଥମେ ଆପଣ

ଦୁନିଆଁ କହିବ, ପ୍ରଥମେ ଆପଣ

1 min
9.4K


ଆଞ୍ଜୁଳାଏ ରଙ୍ଗ ଆକାଶରୁ ଆଣି

ପ୍ରେମରେ ରଙ୍ଗେଇ ଦେବି;

ଧାରେ ଇନ୍ଦ୍ରଧନୁ ଚୋରାଇ ଶ୍ରାବଣୁ

ଗଭାତୋ ସଜାଇ ଦେବି I

ମେଞ୍ଚାମେଞ୍ଚା ସ୍ୱପ୍ନ ଅଜାଡି ମୁଁ ଦେବି

ଜୀବନ ଜିଇଁବା ପାଇଁ;

ହସ କାଣିଚାଏ ଫୁଟାଇବି ଓଠେ

ଦୁନିଆଁ ଦେଖିବା ପାଇଁ I

ଚାଙ୍ଗୁଡ଼ି ଚାଙ୍ଗୁଡ଼ି ଫୁଲ ବିଞ୍ଚିଦେବି

କଣ୍ଟକିତ ଚଲାପଥେ;

ଯେତେଅଛି ତୋର ଦୁଃଖଯାକ ମୋର

ଗୀତଗାଇ ତୁମସାଥେ I

ଜହ୍ନଠୁ ଜୋଛନା ଆଣିବି ମାଗଣା

କିସ ମୁଁ କରିବି ଜାଣ ?

ତାଳୁଠୁ ତଳିପା ଜଳିବ ତୁମେପା

ଦୁନିଆଁ କହିବ, ପ୍ରଥମେ ଆପଣ I


Rate this content
Log in