ମୋ ପ୍ରିୟା
ମୋ ପ୍ରିୟା
1 min
475
ମୋ ପ୍ରିୟା ମଥାର ଟିକିଲି ତୁମେ ହୁଅନ୍ତ ଶଶି,
ସବୁଜ ବନାନୀ ରୁହନ୍ତା ତାର ପଣତେ ଆସି ।
ନିର୍ଝରର ସେହି ନିନାଦ ହୁଅନ୍ତା କି ନୂପୁର,
ଶୁଣି ଶୁଣି ଶୋଇ ଯାଆନ୍ତି ମୁଁ ଯେ କୋଳରେ ତାର ॥
ମୋ ପ୍ରିୟାର ସୁନା ମୁହଁଟି ତୁମେ ହୁଅନ୍ତ ପଦ୍ମ,
ନୟନ ଯୁଗଳ ହୁଅନ୍ତା ଦୂର ସାଗର ସମ ।
ଦିଗବଳୟ ନୀଳ ପ୍ରାନ୍ତର ଚୂର୍ଣ୍ଣ କୁନ୍ତଳ ହୋଇ,
ଦେଖି ଦେଖି ମୁହିଁ ନିଜକୁ ଦେଇଥାନ୍ତି ହଜାଇ ॥
ମୋ ପ୍ରିୟା ମୁକୁଳା କବରୀ ତୁମେ ହୁଅନ୍ତ ନଭ,
ନୀଳକେଶରାସି ଚପଳା ସଙ୍ଗେ ଉପମା ଦେବ ।
ଦୁକୂଳ ବସନେ ଓଢଣୀ ଯଥା ଜଳଦ ପରି,
କହୁ କହୁ ତାର ଶୋଭାକୁ ଜୀବ ଯାଆନ୍ତା ସରି ॥
@ ମନୀଷା