ମୋ ଜନ୍ମଭୂମି ଭାରତ
ମୋ ଜନ୍ମଭୂମି ଭାରତ
1 min
154
ଜନ୍ମଭୂମି ମା' ମୋର
ସେହି ମହିୟସୀ ,
ଦୁନିଆରେ ସବୁଠାରୁ
ସେ ଯେ ଗରିୟସୀ ।
ବୃକ୍ଷେ ତା'ର ଶୋଭେ ପୁଷ୍ପ
ପୁଷ୍କରିଣୀରେ କମଳ ,
ମାଟିରେ ତା' ଖଣି ପୁଣି
ସାଗରେ ପ୍ରବାଳ ।
ଭାରତ ମହାସାଗର
ଚରଣରେ ବହେ ,
ସେନେହରେ ସବୁବେଳେ
ମା' ପାଦ ଧୁଏ ।
ହିମାଳୟ ମୁକୁଟ ତା'
ମସ୍ତକରେ ଶୋହେ ,
କିଛି ଆଶା ନରଖି ସେ
ନିସ୍ବାର୍ଥରେ ଦିଏ ।
ସ୍ଥାନ ଦିଆଯାଏ ତା'କୁ
ସବୁଠାରୁ ଶିର୍ଷ,
ସଂସାରରେ ମହାନ ସେ
ମୋ ଭାରତ ବର୍ଷ ।
