ଅମର ସଂଗ୍ରାମୀ
ଅମର ସଂଗ୍ରାମୀ
1 min
305
ଧନ୍ୟ ଧନ୍ୟ ସ୍ଵାଧିନତା ସଂଗ୍ରାମୀ
ଦେଶକୁ କଲ ସ୍ଵାଧିନ ,
ଗୁଳି ଆଗେ ଦେଲ ପତାଇ ଛାତି
ଥିଲୁ ଯେବେ ବିଦେଶୀର ଅଧିନ ।
ସାବରମତୀର ମହାମାନବଙ୍କୁ
ହତ୍ୟା କଲେ ଗୁଳି କରି ,
ସୁଆଣ୍ଡୋ ଗ୍ରାମର ଗୋପବନ୍ଧୁଙ୍କୁ
କାରାଗାରେ ଦେଲେ ଭରି ।
ଖୋର୍ଦ୍ଧା ଜିଲାର ମଉଡମଣୀ
ରାଜଗୁରୁଙ୍କୁ ନେଇ ,
ଭାଗ କରିଦେଲେ ଗୋଟିଏ ଗଛର
ଦୁଇଡାଳେ ବାନ୍ଧି ଦେଇ ।
କଟକର ବୀର ନେତାଜୀ ସୁବାଷ
ଆଜାଦ୍ - ହିନ୍ଦ୍ କରି ,
ବ୍ୟୋମ ଯାନରେ ଯାତ୍ର କଲାବେଳେ
ମୃତ୍ୟୁ ଠାରୁ ଗଲେ ହାରି ।
ବାରବରଷର ବାଜିରାଉତର
ଗୁଳିରେ ଫାଟିଲା ମଥା ,
ଯେତେ ଲେଖୁଥିଲେ ଅଳ୍ପ ଲାଗୁଥିବ
ଅମର ସହିଦ ଗାଥା ।
