ମମତାମୟୀ ମା'ର ସନ୍ତାନ
ମମତାମୟୀ ମା'ର ସନ୍ତାନ
1 min
100
ମାଆ ଟି ମୋର କେଡ଼େ ନିଜର
ତା ପରି କେହି ନାହିଁ
କୋଳଟି ତା'ର ସରଗ ମୋର
ତା ସରି କେହି ନାହିଁ ।।
ସରବ ସହଣୀ ମଆଟି ସେ ମୋର
ଦେଇ ରଖିଛି ସେନେହ ତାହାର
ରଖିଅଛି କୋଳେ ବାନ୍ଧି
ରଖି ଅଛି କୋଳେ ବାନ୍ଧି ।।
ଖାଇ ନ ଥିଲେ ସେ ଖୁଆଇ ଦିଏ
ଶୁଆଇ ଦିଏ ତା' କୋଳେ
ଆହକି ମିଠା ତା ତୁଣ୍ଡ କଥା
ସଦା ମୁଁ ମନେ ଭାଳେ ।
ସବୁଜ କୋମଳ ପରି ତା କୂଳ
ଦିଏ କି ଆରାମ ମୋତେ
ମାଆ ଟି ମୋର ଅଳି ଅରଦଳି
କେତେ ନ ସହିଛି ସତେ ।
ଜନମ ବେଳେ ଯେ ଦେହେ ତାର
ଆଘାତ କେତେ ନ ଦେଇଛି ମୁହିଁ
ନିଜ ଛୁଆ ବୋଲି ସବୁ ଦୋଷା ସିନା
କ୍ଷମି ଅଛୁ ଏକ ତୁହି ।
ରୋଗର ପଡ଼ିଥିଲେ ମୁଁ ଗଡି
ଆଖିରେ ତାର ଲୁହ
ମୁଁ କେମିତି ଭୁଲି ପାରିବି କୁହ
ସେ ସ୍ନେହମୟୀ ମା'ର ମୁହଁ
ଯେତେ ରାଗ ରୋଷ କରେ ତା ପାଖେ
ମାଆ ବୋଲି ଯାଏ ଭୁଲି
କେତେ କଷ୍ଟ ସହି ଏଇ ଜନମରେ
ଦେଖାଇଛି ଧରା ଭୂଇଁ ।
ଜନମ ଦାତ୍ରୀ ଅଟେ ସେ ମୋ ମାଆ
ତାହାରି ପାଇଁ ଖେଳୁଛି, ବୁଲୁଛି
ରଖିବି ଦିନେ ମୁଁ ତାରି ନାଁ
ରଖିବି ଦିନେ ମୁଁ ତାରି ନାଁ ।।