STORYMIRROR

Eklavya Nayak

Others

3  

Eklavya Nayak

Others

ମୈାନୀ ସଭା

ମୈାନୀ ସଭା

1 min
270

ହସ୍ତୀନାପୁରର ସେଇ, ମହାଜ୍ଞାନୀ ଗୁଣୀଙ୍କର ସଭା

ନେତ୍ରହୀନ ହୋଇଥିଲା, ଅଦୃଶ୍ୟ ଅନ୍ଧପୁଟୁଳିରେ

ନ୍ୟାୟକ ନେତ୍ରମାନଙ୍କର, ଚାଲିଥିଲା ନେତ୍ରୋତ୍ସବ

ଅନ୍ୟାୟୀ ଅଧର୍ମୀମାନଙ୍କର, କପଟ ପାଶାରେ ।।


ପୂର୍ଣ୍ଣ୍ୟ ସଭା ଥିଲେ ମଧ୍ୟ, ପୁର୍ଣ୍ଣ ନୀର୍ଜନତାର ଦୈତ୍ୟ

ସତେ ଅବା ସିଂହାସନେ, କରିଥିଲା ଆରୋହଣ

ମୁଖର ମୁଖ୍ୟ ବାକ୍ୟ, ବରିଥିଲେ ମୈାନ ଦୀକ୍ଷାକୁ

ସତେ ଅବା ଅନ୍ୟାୟ ତା'ର, ପେଶି ଥିଲା ବାଣ ।।


ନୀତି ଅନୀତିର ଶିକ୍ଷା, ସ୍ଵୟଂ ରହିଥିଲା ନିରକ୍ଷର

ଅଶିକ୍ଷାର ପ୍ରରୋଚନାରେ, ପରିଚାଳିତ କୁରୁବଂଶ

ମାନ ମର୍ଯ୍ୟାଦାର ଲଂଘି, ସମସ୍ତ ସୀମା ପରିସୀମା

ସାଜିଥିଲେ ସେ ରାଜବଂଶର, ଏକ କଳୁଷିତ ଅଂଶ ।।


ନିର୍ବଳ ହୋଇ ପଡିଥିଲେ, ବୀର ଯୋଦ୍ଧାଙ୍କର ଶସ୍ତ୍ର

ଲଢିବା ପୂର୍ବରୁ ସତେ, ଭୋଗି ସାରିଥିଲେ ପରାଜୟ

ବାହୁମଧ୍ୟେ ଅସୀମ ବୀରତ୍ଵ , ହୋଇଥିଲା ନିର୍ବାସିତ

ସତେ ଅବା ବନ୍ଧନକୁ, କୋଳେଇ ନେଇଛି ହୃଦୟ ।।


ଏକ କଳଙ୍କିତ ଅଧ୍ୟାୟର, ପ୍ରତିଛବି ସେଇ ସଭା

ନଗ୍ନ ଚକ୍ଷୁରେ ଦେଖୁଥିଲା, ସେ ଲଜ୍ଜିତ ଘଟଣାକୁ

କେମିତି ହୃଦୟ କାହାର, ହୋଇଲାନି ଦୁଇ ଫାଳ

କି ଲାଭ ଥାଇ ବଳ ବୀର୍ଯ, ଯଦି ଦମ୍ଭ ନାହିଁ ଭଣିବାକୁ ।।


ଅନ୍ତିମରେ ସେ କୁରୁବଂଶ, ହୋଇଥିଲା ସିନା ଧ୍ଵଂସ

ତତ୍ତୋଧିକ ଅନ୍ୟାୟୋଚିତ, କୁକରମର ଛାୟା ବଳେ

ସେ ନିନ୍ଦନୀୟ କ୍ଷଣେ ମଧ୍ୟ, ଲାଗି ପାରିଥାନ୍ତା ବିରାମ

ଯଦି ଜ୍ଞାନୀଜନେ ରହି ନ ଥାନ୍ତେ, ନୀରବତା କୋଳେ ।।


ଈଶ୍ଵରଙ୍କ କୃପାବଳେ, ରକ୍ଷା ପାଇଲେ ସେ ମହନୀୟା

ଲାଞ୍ଛିତ ହେବା ପୂର୍ବରୁ, ସେଇ ପାପିଷ୍ଠଙ୍କ ଦୃଷ୍କୃତରେ

ପାପଭାରାର ବସ୍ତୁତ୍ଵ ତା'ର, ସ୍ଥିତି ହାରି ସାରିଥିଲା

ସ୍ଵଂୟ ପ୍ରଭୁ ରହିଥିଲେ, ସେ ମହାଭାରତ ଯୁଦ୍ଧରେ।। 


ଅଧୁନା ଜ୍ଞାନୀସମାଜ ମଧ୍ୟ, ସେଇ ନୀରବତା ପଥେ

ସହଯାତ୍ରୀ ହୋଇ ଚାଲେ, ପାପୀ ହୃଦୟକୁ ବୋହି

ମହାଭାରତର ମହାଶିକ୍ଷାକୁ, ନ ହେଜି ମସ୍ତିଷ୍କରେ

ନିର୍ଯାତନାର ଦ୍ଵାର ଖୋଲୁଛି, ନାରୀମାନଙ୍କ ପାଇଁ ।।


ଏକଛତ୍ରବାଦ ବଳେ ଯଦି, ଏଇ ଭଳି ସ୍ଥିତି ଚାଲେ

ସମାଜ'ର ଅଗଣିତ ଆୟୂଷ, ହୋଇଯିବ କିଛି ଦିନ

ଆଉ ଏକ ମହାଭାରତ ଯୁଦ୍ଧେ, ନ ଶୁଭୁ ପଞ୍ଚଜନ୍ୟ

ନ ହେଲେ କୁରୁବଂଶ ପରି , ଆମ୍ଭେ ହୋଇବା ନିଶ୍ଚିହ୍ନ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍