STORYMIRROR

Smita Tripathy

Others

3  

Smita Tripathy

Others

ମାନେ

ମାନେ

1 min
194


ସବୁ ନିଜ ପଣ ଅଜାଡ଼ିଦେଲା ପରେ

ଯଦି ତମେ ନ ବୁଝ

ଆହୁରି ବି ମୋ ଅସହାୟତା ରେ

ତମେ ପଚାରି ବସ

"ମାନେ"???


ଜାଣିଛ


ଏ "ମାନେ" କେତେ ଧୈର୍ଯ୍ୟକୁ ଭାଙ୍ଗିଦେଇପାରେ

ଚୁରମାର ବି କରିଦିଏ

ନିଜ ଭିତରେ ଥିବା ସହସ୍ର ଅପେକ୍ଷାକୁ...


ତଥାପି ତମେ କହି ଚାଲ "ମାନେ"??

ବାସ ସେଠି ହୃଦୟର ଧକ ଧକ ଶବ୍ଦ ହେଇଯାଏ ସ୍ଥିର


ନିଦ୍ରା ପଣ ବା ଆବେଗରେ

ବା ଅଭିମାନରେ

ବାସ ଅପେକ୍ଷା କର ନାହିଁ

ମୋ ଉତ୍ତରକୁ ...


ସେ "ମାନେ"?? କୁ ବୁଝେଇବାକୁ

ଅସମର୍ଥ ମୁଁ

କାରଣ ମୁଁ ଆଧୁନିକା ପ୍ରେମିକା ନୁହଁ

ଯେ ମିଛରେ ବାଆଁରେଇ କହିପାରେ

"କିଛି ନାହିଁ'


ରାତି ଅଧରେ ଖୋଜିବା ମାନେ

ବୋଧେ ଗୋଟେ ଅଭିନୟ

ବାଃ ନିଜକୁ ଦେଉଛି ସାବାସୀ

ନିଜ ପିଠି ଥାପୁଡ଼େଇ

ବୋଧେ ସଫଳ ମୁଁ

ଏ "ମାନେ" ଶବ୍ଦର ଅଭିନୟରେ....




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Smita Tripathy

ଉତ୍ତର

ଉତ୍ତର

1 min ପଢ଼ନ୍ତୁ

ମାନେ

ମାନେ

1 min ପଢ଼ନ୍ତୁ