STORYMIRROR

Smita Tripathy

Others

4  

Smita Tripathy

Others

ଉତ୍ତର

ଉତ୍ତର

1 min
229


ନିସ୍ତବ୍ଧ ପ୍ରହରେ ଜହ୍ନ କୁ ସାକ୍ଷୀ ରଖି

ମାଗିଦେଲ ତମେ ଉତ୍ତର,

ଯାହା କି ମୋତେ କରିଦିଏ

ଛଳଛଳ ଭାବ ଭରା ଆଖି ସହ

ମୋ ହୃଦୟ ରହିଯାଏ ନିରୁତ୍ତର ।


କେମିତି କହିବି ଖୁ' ଅସମୟ ରେ

ହାତ ବଢ଼େଇ କରିଛ ମୋତେ ପ୍ରସ୍ତର

ଆହୁରି ବି ମନୋବଳ ବି

କରିଛ ତମେ ସ୍ଥିର !


ତଥାପି ତମେ ମୋ ମୁହଁରୁ ଖୋଜ ଉତ୍ତର

ସତରେ କ'ଣ ଶିଳ୍ପୀ ବୁଝେନା

ତା ମୂର୍ତ୍ତି ର ଭାବ ସବୁ

ତା ନିଜ ହାତ ଗଢା ସହର ।


ଖୁ' ଲୁହ ରେ ଭିଜିଛି

ଆହୁରି ବି ଭିଜେଇଛି ତକିଆ କୁ

କ'ଣ ଦେବି ତମକୁ ଉତ୍ତର ।


ହେଲେ,

ତମେ କିନ୍ତୁ ଅଛ ସ୍ଥିର ଓ ଅଟଳ

ନିଜ ହାତ ତିଆରି ମନ ର ସୌଧ 

ଉପରେ ପ୍ରଗାଢ ବିଶ୍ୱାସ ଦେଇ

ଗଢି ସାରିଚ ମୋତେ କରି ତମ ଈଶ୍ୱର ।


ତଥାପି?

ପଚାରୁଛ ତମେ ଆହୁରି

ଶୁଣିବାକୁ ବୋଧେ ମୋ ଓଠରୁ ଉତ୍ତର,


ନା ପାରୁନି

ଆଜି ବି ରହୁଛି ନିରୁତ୍ତର

ରହିଯାଉ ଉହ୍ୟ ଏ ପ୍ରଶ୍ନ,

ଏ ହୃଦୟ ର ସ୍ୱର କେବଳ

ତମେ ଜାଣିଛ

କେବଳ ତୁମର ।।


Rate this content
Log in

More oriya poem from Smita Tripathy