STORYMIRROR

Sweta dash sona

Others

3  

Sweta dash sona

Others

ମା

ମା

1 min
148

ମା ର ପଣତ ସରଗର ସୁଖ

ସ୍ନେହ ମମତାର ଘର 

ବିପଦ ସମୟେ ରକ୍ଷା କରେ ସେ

କରେ ନାହିଁ କେବେ ପର ।


ଦଶମାସ ଦଶଦିନ ଗର୍ଭେ ଧରି ଜନମ ଦେଇଛି ଯିଏ

ତା ଠାରୁ ଏ ଜଗତରେ ବଳି କୁହ ଆଜି ଅଛି କିଏ।


ମା ର କାନି ରେ ସଂସାର ଦୁଃଖ 

କୁଆଡେ ଯାଏ ଉଭଇ

ତାରି ଆଶିଷେ କଠିନ କାମ ବି 

ଯାଏ ସରଳ ହୋଇ ।


ସ୍ନେହ କରୁଣାମୟୀ ସେ ଦୟା ର ସାଗର

ତା ପାଶେ ଦିଶେ ସରଗ ସୁଖ

ତା ଆଙ୍ଗୁଠି ଧରି ଚାଲିବା ଶିଖିଲେ

ଦୂରତା ହୁଏ ତ ପାଖ ।


ମା ଡାକ ଟି ଅମୃତ ସମାନ ସେ ନାମେ କର ଜୟ

ମା ନାମ ସ୍ମରଣ କଲେ ଦୂର ହୁଏ ପାପ ଭୟ ।


ମା ଠାରୁ ବଳି ଏ ସଂସାରେ

ଜାଣିଛ କିଏ ଅଛି

ଏକ ହୃଦୟ ଆତ୍ମେ ଏକ ସାଙ୍ଗରେ 

ସିଖାଏ ସେ ଶାନ୍ତି ର ପ୍ରୀତି ।



Rate this content
Log in

More oriya poem from Sweta dash sona