STORYMIRROR

Manisha Mishra

Others

3  

Manisha Mishra

Others

ମା'ଙ୍କ ଦର୍ଶନ

ମା'ଙ୍କ ଦର୍ଶନ

1 min
13.9K


ଅଗରବତୀର ମହକ

ଘଣ୍ଟର ଆବାଜ୍

ଆଳତି ଏବଂ ହୁଳହୁଳି

ବଜାର ଭିଡ ଅଣୁମାନେ

ସେ ଜାଣେ ପୂଜା ଆସିଲା I

ଏଟା ମାମୁଁ ଘରକୁ ଯିବା ସମୟ

ତାଙ୍କ ବାରଣ୍ଡାରୁ

ସିନେମା ଗୀତ, ବାଣର ଶବ୍ଦ

ତା କାନକୁ କରେ ଊତଫୁଲିତ

ପିଠା ପଣା ଖାଇ, ଖୁବ ମଉଜରେ

ଅନୁଭବ କରେ ସେ ରାତି ସାରା

ପୂଜାର ନିଶା l

ହେଲେ ଦିନ କେବେ ହୁଏ

କେବେ ବା ରାତି

ପାରୁନି ସେ ଜାଣି

ଯେବେ ଭାଇ ଭଉଣୀ ସବୁ

ବର୍ଣ୍ଣନା କରନ୍ତି

ବାଣର ରଙ୍ଗ, ମା’ଙ୍କ ସୁନେଲି ମୁକୁଟ

ଚାନ୍ଦି ରୂପ କିମ୍ବା ମେଢ଼ ନାଚ...

ପ୍ରତି ବର୍ଷ ପରି

ଏଇ ବର୍ଷ ମଧ୍ୟ

ତାର କେବଳ ଗୋଟିଏ କାମନା-

ମା’ଙ୍କ ଦର୍ଶନ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍