STORYMIRROR

Manisha Mishra

Others

2  

Manisha Mishra

Others

ଇ-ବନ୍ଧୁ

ଇ-ବନ୍ଧୁ

1 min
13.5K


ହେ ଦୂର ଦେଶର ବନ୍ଧୁ

ଦେଖା ହଉଛେ ଆମେ ରୋଜ଼

'ଫେସବୁକ'ରେ କିମ୍ବା 'ଇଂସ୍ଟଆଗ୍ରାମ'ରେ

କେବେ କେବେ 'ସ୍କାଇପ' ରେ

ହେଲେ ରଖିକି ହାଥ ତୋ କାନ୍ଧରେ

ଯେବେ ହସି ହସି ଗଡି ଯାଉଥିଲି

ତା ମଜ୍ଜା କାହିଁ 'ଅନ୍ନଲାଇନ' ବନ୍ଧୁତା ରେ?


ମାରୁ ତୁ 'ଲାଇକ' ମୋ ଫୋଟୋ ରେ

କିମ୍ବା କରୁ ତୁ 'ଶେୟାର' ମୋ ପୋଷ୍ଟ କୁ

କିନ୍ତୁ ତୋ ଘର ସୋଫାରେ ବସିକି ମାରୁଥିଲୁ ଯେବେ ଖଟି

ଚାହା, ପକୁଡି, ଆଉ କେବେ ଭାତ ମାଉଁସ-ଝୋଳ

ଅଛି କି ସେ ମଜ୍ଜା କହ 'ଅନ୍ନଲାଇନ ଚ୍ୟାଟିଙ୍ଗ' ରେ?


ଯେବେ 'ସେଲଫିଇ' ତୁ ଉଠାଇ ମତେ 'ଟ୍ୟାଗ' କରୁ

ହୁଏ କେତେ ଖୁସି ତତେ ଦେଖିକି ମୁଁ

ହେଲେ ମୋ ଭାଇକୁ ଚିମୁଟି, ତା କାନ ଧରି

ଯେବେ କହୁ ଆମେ ଆମର ଫୋଟୋ ଟି ନେ

କେତେ ମଜାରେ କରୁଥିଲୁ ଆମେ ତାକୁ ଅଧୀନ!


ଆଜି 'ଭାଟସାପ୍ପ' ରେ ପଠେଇଛୁ ତୁ ମତେ ଦହିବରା

ମନେ ଅଛି କି ତୋର

ସ୍କୁଲ ବାହାରେ ଯେବେ ଭିଡରେ ଠିଆ ହୋଇ

ଖାଉ ଥିଲୁ ବର୍ଷା ଦିନେ

କେତେ ଆଗ୍ରହରେ

ଆମେ ଗୁପଚୁପ-ଚାଟ-ଗୁଗୁନି?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍