ଇ-ବନ୍ଧୁ
ଇ-ବନ୍ଧୁ
1 min
14K
ହେ ଦୂର ଦେଶର ବନ୍ଧୁ
ଦେଖା ହଉଛେ ଆମେ ରୋଜ଼
ଫେସବୂକରେ କିମ୍ବା ଇଂସ୍ଟଆଗ୍ରାମରେ
କେବେ କେବେ 'ସ୍କାଇଇପ' ରେ
ହେଲେ ରଖିକି ହାଥ ତୋ କାନ୍ଧରେ
ଯେବେ ହସି ହସି ଗଡି ଯାଉଥିଲି
ତା ମଜ୍ଜା କାହିଁ ଅନ୍ନଲାଇନ ବନ୍ଧୁତାରେ?
ମାରୁ ତୁ 'ଲାଇକ' ମୋ ଫଟୋରେ
କିମ୍ବା କରୁ ତୁ 'ଶେୟାର' ମୋ ପୋଷ୍ଟକୁ
କିନ୍ତୁ ତୋ ଘର ସୋଫାରେ ବସିକି ମାରୁଥିଲୁ ଯେବେ ଖଟି
ଚାହା, ପକୁଡି, ଆଉ କେବେ ଭାତ ମାଉଁସ-ଝୋଳ
ଅଛି କି ସେ ମଜ୍ଜା କହ 'ଅନ୍ନଲାଇନ ଚ୍ୟାତ୍ତିଙ୍ଗ' ରେ?
ଯେବେ 'ସେଲଫିଇ' ତୁ ଉଠାଇ ମତେ 'ଟ୍ୟାଗ' କରୁ
ହୁଏ କେତେ ଖୁସି ତତେ ଦେଖିକି ମୁଁ
ହେଲେ ମୋ ଭାଇକୁ ଚିମୁଟି, ତା କାନ ଧରି
ଯେବେ କହୁ ଆମେ ଆମର ଫୋଟୋଟି ନେ
କେତେ ମଜାରେ କରୁଥିଲୁ ଆମେ ତାକୁ ଅଧୀନ!
ଆଜି 'ଭାଟସାପ୍ପ'ରେ ପଠେଇଛୁ ତୁ ମତେ ଦହିବରା
ମନେ ଅଛି କି ତୋର
ସ୍କୁଲ ବାହାରେ ଯେବେ ଭିଡରେ ଠିଆ ହୋଇ
ଖାଉ ଥିଲୁ ବର୍ଷା ଦିନେ
କେତେ ଆଗ୍ରହରେ
ଆମେ ଗୁପଚୁପ-ଚାଟ-ଗୁଗୁଣୀ?
