STORYMIRROR

Arup Kumar Biswal

Others

3  

Arup Kumar Biswal

Others

କୁଆଁର ପୁନେଇଁ

କୁଆଁର ପୁନେଇଁ

1 min
7.2K


କୁଆଁର ପୁନେଇଁ ଆସିଛିରେ ଆଜି

ହସ ଖୁସି କେତେ ନେଇ।

ଗାଆଁଠୁ ସହର ଉଛୁଳେ ପଡୁଛି

ଏଇ ପରବର ପାଇଁ।

କୁଆଁରୀ ଆଖିରେ ଆଖିଏ ସପନ

ଦେଖି ଶରଦର ଚାନ୍ଦ।

ସରଗ ସୁଷମା ଝଟକି ଉଠୁଛି

ସର୍ବେ ଦେଖି ଆନନ୍ଦିତ।

ଚନ୍ଦର ଉଦିଆ ଆସିବକି ସତେ

ପକ୍ଷୀ ରାଜ ଘୋଡା ଚଢି ।

ମନ ତାର ଚୋରି କରିନବ ସିଏ

ଆସିବ ସେ ଶୁଭ ଘଡି।

ସବୁ ସୁଖ ତାକୁ ଦବ ସିଏ ଯାଚି

ପାଇ ସାନିଧ୍ୟ ତାହାର।

ଆଶା ତାର ରୂପ ପାଇଯିବ ଦିନେ

ଜହ୍ନ ପରି ହବ ବର।

ସୁନାର ସଂସାର ଗଢିବ ସେ ନିଜେ

ଦେଇ ସବୁ ପ୍ରେମ ରଙ୍ଗ।

ଜୀବନ ସଫଳ ହୋଇବ ତାହାର

ପାଇ ସ୍ନେହର ସରାଗ।

ଖସି ପଡୁଛି କି ଆକାଶ କୁସୁମ

ମୁକ୍ତାର ଶିଶିର ବିନ୍ଦୁ।

ଝରା ଶେଫାଳିର ସୁଗନ୍ଧେ ଝରୁଛି

ହସୁଛି ପୂର୍ଣ୍ଣିମା ଇନ୍ଦୁ।

ମନକଥା ଖୋଲି କହୁଛି ସେ ଖୋଲି

ସଖୀ ସଙ୍ଗାତଙ୍କ ମେଳେ।

ଏ ଜନମେ ଭେଟ ହେବ କି ନହେବ

ମନେ ମନେ ସିଏ ଭାଳେ।

ଦୁହିତା ଜନମ ସ୍ରଷ୍ଟାଙ୍କର ସୃଷ୍ଟି

ପାଦେ ପାଦେ ତା ବିପଦ।

ସୁଖରେ କଟୁତା ଜୀବନର ଯାତ୍ରା

ଲଭୁ ସ୍ଵର୍ଗର ସମ୍ପଦ।


ଅରୂପ କୁମାର ବିଶ୍ଵାଳ

ସହକାରୀ ଶିକ୍ଷକ

ଏନ୍.ଏ.ସି ବାଳିକା ଉଚ୍ଚ ବିଦ୍ୟାଳୟ

ପାରାଦ୍ଵୀପ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍