STORYMIRROR

Arup Kumar Biswal

Others

3  

Arup Kumar Biswal

Others

ଗାଆଁଟା ବଦଳି ଯାଇଛି

ଗାଆଁଟା ବଦଳି ଯାଇଛି

1 min
266


ଗେଣ୍ଡାଳିଆ ଆଉ ଗାଆଁରେ ନାହାଁନ୍ତି

ଗୋଧୂଳି ହେଲାଣି ସପନ।

ଗୁହାଳ ତ ଆଉ କାହା ଘରେ ନାହିଁ

ଗୋରୁଙ୍କ ଜୀବନ ବିପନ୍ନ।

ଆମ୍ବତୋଟା ଆଉ ଗାଆଁ ପାଖେ ନାହିଁ

ସବୁଜିମା ନାହିଁ ଗାଆଁରେ।

ଗ୍ରାମବାସୀ ସବୁ ସହର ପ୍ରେମରେ

ବିଲୁଆ ନାଚନ୍ତି ଢିଅରେ।

ଗୋରୁପାଳି ଆଉ ନାହିଁ ତ ଗାଆଁରେ

ଗାଈଆଳ ଗୀତ ଗାଉନି।

ଗାଆଁଟା ବାସୁଛି ସହର ସହର

ଚାଷବାସ କେହି କରୁନି।

ହଳ ବଳଦ ଯେ ସ୍ମୃତି ପାଲଟନ୍ତି

ଭାଗବତ ଚୁଙ୍ଗୀ ହଜିଛି।

ଭକ୍ତି ଭାବ ଆଉ କାହା ହୃଦେ ନାହିଁ

ପର୍ବ ପର୍ବାଣୀ କେ ପାଳୁଛି।

କଥାରେ କଥାରେ ମାଡ ଫଉଦାରୀ

ସମ୍ପର୍କଟା ସୂତା ଖିଅରେ।

ପାଠ ପଢି ପୁଅ ଦୂରରେ ରହୁଛି

ପାଦ ପଡୁ ନାହିଁ ଗାଆଁରେ।

ବୁଢା ବାପା ମାଆ ଗୁମୁରି କାନ୍ଦନ୍ତି

ଦୁଃଖ ସେ କହିବେ କାହାକୁ।

ଅଜାଗା ଘାଆଟା ଦେଖି ପାରନ୍ତିନି

ପିଡା ଦିଏ ତାଙ୍କ ଦେହକୁ ।

ସ୍ନେହ ପ୍ରେମ ମୂଲ ବୁଝେନାହିଁ କେହି

ସ୍ବାର୍ଥ ପଛେ ସର୍ବେ ପଥିକ।

ଗାଆଁଟା ସତରେ ଯାଇଛି ବଦଳି

ଲାଗେ କିଏ କଲା କୁହୁକ।

ନାଲି ପାଣି ବନ୍ୟା ଗାଆଁରେ ଗାଆଁରେ

ଭାସିଯାଏ ଗାଆଁ ନିଶାରେ।

ଧସେଇ ପଶୁଛି ବିଦେଶୀ ସଭ୍ୟତା

ସଭିଏଁ ବିଦେଶୀ ମାୟାରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍