Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ajit Kumar Raut

Abstract Action

3  

Ajit Kumar Raut

Abstract Action

କସ୍ତୁରୀର ଗନ୍ଧ

କସ୍ତୁରୀର ଗନ୍ଧ

1 min
210



ଚତୁର୍ଦୀଗେ ଆଜି କସ୍ତୁରୀର ଗନ୍ଧେ


ସୁଗନ୍ଧିତ ମାତୄଭୂମି,


ମୋଦି ରୂପେ ନେତା ଆବିର୍ଭାବ ଏଠି


ସୁସଜ୍ଜିତ ହୁଏ ଭୂମି।୧।


ନାହିଁ ଭୟ ଏଠି ନ୍ୟାୟର ଶାସନ


ଜନହିତ ହେଉଅଛି,


ଖୁସିରେ ଅଛନ୍ତି ସମସ୍ତ ଜନତା


ଭେଦଭାବ ନାହିଁ କିଛି।୨।


ଗରୀବ ଘରର ଛୁଆ ଆମ ମୋଦି


ଦେଶ ହିତେ ଲାଗିଛନ୍ତି,


ଗରୀବ କଲ୍ୟାଣେ ବିକାଶ ଯୋଜନା


ଦେଶ ପାଇଁ ଆଣୁ ଛନ୍ତି।୨।


ଯାହାଭି କୁହନ୍ତି ପୁରାହିଁ କରନ୍ତି


ଏହିତ ଦେଶ ଗୌରବ,


ଗୌରବ ପତକା ବିଶ୍ବେ ଉଡୁଅଛି


ଦେଶର ହୁଏ ଗୌରବ।୩।


ଆତ୍ମନିର୍ଭରକୁ ମନ୍ତ୍ର କରିଛନ୍ତି


ଆତ୍ମନିର୍ଭରଟି ଦେଶ,


ଆତ୍ମବିଶ୍ୱାସରେ ଯୋଡ଼ି ଦେଇଛନ୍ତି


ଉନ୍ନତି କରଇ ଦେଶ।୪।


ଗାଆଁ ମଧ୍ୟ ଆଜି ଉନ୍ନତି କରୁଛି


ଦୀର୍ଘ ବର୍ଷ ପରେ ଆଜି,


ଏପରି ସଂଯୋଗ ଆସି ନାହିଁ କେଭେଁ


ନିସ୍ବାର୍ଥର ମନ୍ତ୍ର ଆଜି।୫।


ଚତୁର୍ଦୀଗେ ଆଜି କସ୍ତୁରୀର ଗନ୍ଧେ


ସୁଗନ୍ଧିତ ମାତୄଭୂମି,


ମୋଦି ରୂପେ ନେତା ଆବିର୍ଭାବ ଏଠି


ସୁସଜ୍ଜିତ ହୁଏ ଭୂମି।୬।


Rate this content
Log in

Similar oriya poem from Abstract