କରୋନା ମହାମାରୀ
କରୋନା ମହାମାରୀ
1 min
441
ଏମିତି ସମୟ ମଣିଷ ଦେଖୁଚି
ମରଣର ଯେମିତି ଦୁଆର ଜଗିଛି।
କରୋନା ନାମକ ଭୂତାଣୁ ବୁଲୁଛି
ବିଦେଶରୁ ଆସି କି ଉତ୍ପାତ କରୁଛି।
ମଣିଷ ଦେଖିଲେ ଛାନିଆ ଲାଗୁଛି
ସଭିଙ୍କ ମୁହଁରେ ମୁଖା ତ ରହିଛି।
ଛ ଫୁଟ ଦୁରରୁ କଥା ତ ହେଉଛି
ନାକକୁ ଆଖିକି ଛୁଇଁ ନ ପାରୁଛୁ।
ବାହାରୁ ଆସିଲେ ହାତକୁ ଧୋଉଛୁ
ଅସ୍ଥାୟୀ ଶବକୁ ଦେଖି ନ ପାରୁଛୁ ।
ସେନେହ ମମତା ହଜେଇ ଦେଇଛୁ
ନିଜର ବଂଧୁଠୁ ଦୂରେଇ ଯାଇଛୁ।
ବେଳକୁ ବେଳକୁ ଦୁଃଖ ତ ବଢୁଛି।
କରୋନା ଆକ୍ରାନ୍ତରେ ଜଗତ କାନ୍ଦୁଛି।
