STORYMIRROR

Banty Swian

Others

3  

Banty Swian

Others

ମା କବିତା

ମା କବିତା

1 min
381

ବୋଉ ବୋଉ କହି କୋଳରେ ତୋହର

କେତେ ମୁଁ କରିଛି ଅଳି ।

ଯେତେ ଭୁଲ୍ କଲେ ଦିନଟିଏ ମୋତେ 

ଦେଇନାହୁ ଜମା ଗାଳି।

ଝୁଣ୍ଟି ପଡ଼ିଲେ ମୁଁ ଆହା ବୋଲି

କହି ନେଇଛୁ କୋଳରେ ତୋଳି ।

ଚଉରାର ମାଟି ମଥାରେ ମୋହର 

ଦେଇଛୁ କେତେ ତୁ ବୋଳି  ।

ଦେହଟା ଯଦି ଗରମ ଲାଗଇ  

ମନତୋର ମାନେ ନାହିଁ।  

ଘଡି ଘଡି ଖାଲି ର ମଥାରେ ମୋହର

ହାତ ମାରୁଥାଉ ତୁହି ।

ଜର ହୋଇଗଲେ କେବେ କେବେ ଥରେ 

କେତେ ମାନସିକ କରୁ। 

ଦାଣ୍ଡ ଦୁଆରକୁ ଆସି ଚାହିଁ ଥାଉ   

ବାହାରିଗଲେ ମୁଁ ଘରୁ।

ମନ ଜାଣି ମୋତେ ଖାଇବାକୁ ଦେଉ। 

ମିଠା ମିଠା କଥା କହି।

ଅନେକଙ୍କ ସାଥେ କରିଅଛୁ କଳି  

କେବଳ ମୋହର ପାଇଁ।  

ଆଜି କାହିଁ ମୋର ଭାରି ମନେ ପଡେ  

ବୋଉଲ ତୋହରି କଥା। 

ଲାଗୁଚି ଯେମିତି ମୋ ପାଖେ    

ବସିତୁ ଆଉଁଶି ଦେଉଛୁ ମଥା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍