କପେ ଚାହା
କପେ ଚାହା
1 min
169
ସକାଳ ପାହିବା ମାତ୍ରେ ମୁଁ
ତତେ ହିଁ ଅନୁଭବି ପାରେ
ଜହ୍ନର ଜ୍ୟୋସ୍ନାରେ
ଜଙ୍ଗଲର ଅଦ୍ଭୁତ ଓ ଅନାବୃତ
ପକ୍ଷୀମାନଙ୍କର ପ୍ରେମରେ... ।
ସକାଳୁ ସକାଳୁ ଗୁଡ୍ ମର୍ଣ୍ଣିଙ୍ଗ୍ ନୁହେଁ
ବରଂ କପେ ଚାହା ହେଲେ
ଜୀବନକୁ ଶାନ୍ତି ମିଳେ
ଭର୍ ପୁର୍ ମଜା ଲାଗେ
ଲାଗେ ମତେ ଗୋଲାପର ପ୍ରେମ ରେ
ପ୍ରେମିକ ପାଲଟି ଯାଇଛି ।
ତା ଧୂଆଁ ଧୂଆଁ ନୁହେଁ
ମତେ ଆଉଷିଁ ଦେଉଥିବା ଗୋଟେ
ଅଜସ୍ର ପ୍ରେମର ହାତ ପାପୁଲି
ଓଃ ! କି ଶାନ୍ତି ।
ମୋ ଧମନୀ ଭିତରେ ନୁହେଁ ବରଂ
ମୋ ଶରୀର ଭିତରେ ଥିବା
ପ୍ରତ୍ୟେକଟି ଗଳି କନ୍ଦି ଭିତରେ
ଖାସ୍ ତୋରି ଚର୍ଚ୍ଚା ।
