STORYMIRROR

Anima Pattnaik

Others Tragedy

3  

Anima Pattnaik

Others Tragedy

କପାଳ ଲିଖନ

କପାଳ ଲିଖନ

1 min
549


ଦୁଃଖିନୀ ସେତ, ଜରାଜୀର୍ଣ୍ଣ ଭରା,

ଭାଗ୍ୟ କରେ ପରିହାସ,

ଶୀତ କାକରରେ ଦେହ ଥରିଯାଏ,

ନାହିଁ ଖାଦ୍ୟ, ବସ୍ତ୍ର ବାସ।

କୋଳରେ ତାହାର ଦୁଇ ମାସ ଶିଶୁ,

ରାସ୍ତା କଡେ ତାର ବାସ,

ଭାଗ୍ୟ ସାଧୁଛି ଦାଉ ତାର ସହ,

ଲିଭିଛି ଓଠରୁ ହସ।

ପିନ୍ଧିଥିବା ଚିରା ଫଟା ପଣତରେ,

ଘୋଡାଏ ତାର ସନ୍ତାନ,

ସୂର୍ଯ୍ୟ ଉଇଁବା ଅପେକ୍ଷାରେ ଅଛି,

ଭରିବ ତାର ସପନ।

ଘର ପରିବାର ସବୁ ଥିଲା ତାର,

ଥିଲା ସୁଖର ସଂସାର,

କାଳର କରାଳ ମହାବାତ୍ୟା ଆସି,

କରିଦେଲା ଛାରଖାର।

କୁଟୁମ୍ବ ସାଥିରେ ଭାସି ଗଲେ ସର୍ବେ,

ଗାଈଗୋରୁ ଘର ଦ୍ୱାର,

ସମୁଦ୍ର ଲଙ୍ଘିଲା କୂଳ ଯେବେ ତାର,

ସେଥକୁ ବା ହାତ କାର।

ଦୁଃଖର ଦିନଟା ନିଶ୍ଚିତ ଯିବ ଉଇଁ ଭାଗ୍ୟ ରବି ତାର,

ଆଶା ଆଶଙ୍କାର ଦୋଛକିରେ ବଞ୍ଚେ,

ରକ୍ଷା କର ପ୍ରଭୁ ଚକ୍ରଧର।

ଏତିକି ମିନତୀ ମୋର।

ଅନୀମା ପଟ୍ଟନାୟକ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Anima Pattnaik