STORYMIRROR

Dr. Diptiranjan Behera

Others

2  

Dr. Diptiranjan Behera

Others

କୋହ

କୋହ

1 min
14K


ଛାତିରେ ଛାତିଏ କୋହ

ଆଖିରେ ଆଖିଏ ଲୁହ (୨)

ତଥାପି ହସୁଛି

ହସି ମୁଁ ବଞ୍ଚିଛି

ଦିଶେ ଖାଲି ତୋର ମୁହଁ

ଛାତିରେ ଛାତିଏ କୋହ

ଆଖିରେ ଆଖିଏ ଲୁହ (୨)

ପ୍ରତିଶୃତି ସବୁ ଏବେ ବି ପାଳୁଛି

କଥା ତୋର ସବୁ ଏବେ ବି ମାନୁଛି

ତୁଟାଇ ପାରୁନି ମୋହ

ଛାତିରେ ଛାତିଏ କୋହ

ଆଖିରେ ଆଖିଏ ଲୁହ (୨)

ତୁ ଚାଲିଗଲୁ ଦୂରେ ପ୍ରିୟା ବୋଲି

ପ୍ରେମ କି ଦୂରେଇ ଯିବ

ବେଳାଭୂମି ସାଜି ଲହରୀ ମାଳାର

ପ୍ରତୀକ୍ଷାରେ ସଦା ଥିବ (୨)

ପ୍ରତି ମୁହୁର୍ତ୍ତରେ ତୋତେ ଖୋଜି ବୁଲେ

ଜୀବନର ପଥ ଏକା ଏକା ଚାଲେ

ଆଶାକୁ ନକରି ଦାହ

ଛାତିରେ ଛାତିଏ କୋହ

ଆଖିରେ ଆଖିଏ ଲୁହ (୨)

----------

ଦିପ୍ତି ରଞ୍ଜନ ବେହେରା

(ବେଣ୍ଟପଦା, ଆଠଗଡ, କଟକ, Email: diptiranjan_behera@yahoo.com)


Rate this content
Log in