STORYMIRROR

Bidhu Bhusan Tripathy

Others

2  

Bidhu Bhusan Tripathy

Others

କଲମ

କଲମ

1 min
13.9K


କି ସତ୍ୟ କିବା ତ୍ରେତୟା,

ଅବା ଦ୍ବାପର ବା କଳି,

ମୁଁ ହିଁ ତ ଦୁନିଆ,

କାହାର ବା ଶକ୍ତି ଅଛି, ମୋଠୁ ଯିବ ବଳି....l


ବ୍ରହ୍ମାଙ୍କ ମୁଖନିସୃତ ବେଦ,

ଅବା ରାମାୟଣ ଓ ମହାଭାରତ,

ମୁଁ ହିଁ ତ ସ୍ରଷ୍ଟା ସର୍ବ କାବ୍ୟର,

ମୁକସାକ୍ଷୀ ମୁଁ ସବୁ ଘଟଣା ପ୍ରବାହର...l


କିଏବା ଦେଖିଛି ବାଲ୍ମୀକିଙ୍କୁ,

ଅବା ସେ ମହାଯୁଦ୍ଧର ସାକ୍ଷୀ ବେଲାଳସେନକୁ,

ମୁଁ ହିଁ ତ ସଞ୍ଜୟ,

ଦେଖିଛି ମୁଁ ଯୁଦ୍ଧ ପୂର୍ବର ବିବଶ ଧନୁର୍ଜୟ,

ଶୁଣିଛି ଶ୍ରୀମୁଖୁ ଜୀବନର ମର୍ମବାଣୀ,

ମୁଁ ହିଁ ତ ବ୍ୟାସଦେବ, ମୁଁ ହି ଲେଖନୀ....l


ମିଶର ବା ମେସୋପଟାମିଆ,

ମହେଞ୍ଜୋଦାର ବା ହରପ୍ପା ଦୁନିଆ,

ହିରୋସିମା, ନାଗାସାକିରେ ମିତ୍ରଶକ୍ତିର ବର୍ବର ଆକ୍ରମଣ,

ଅବା ଇଂରେଜ ବିରୁଦ୍ଧରେ ଦୁର୍ବାର ଆନ୍ଦୋଳନ,

ହେଉପଛେ ଦାସତ୍ବ ପ୍ରଥାର ବିଲୋପନ,

ଇତିହାସ ରତୟିତା ମୁଁ ହିଁ ତ କଲମ....l


ବେଳେବେଳେ ମୁଷ୍ଟିମେୟଙ୍କ ଚାପରେ ହୁଏ ମୋର କଣ୍ଠରୋଧ,

ହେଉ ଯେତେ ବଳବାନ, ଅପଚେଷ୍ଟା ହୁଏ ତା'ର ବ୍ୟର୍ଥ,

ଅଟକେନି ଲେଖନୀରୁ ବହ୍ନିଧାରା ଝରୁଥାଏ ଅବିରତ,

ନିର୍ଭୀକ ହେଇ ସତ୍ୟକୁ ଇତିହାସେ କରେ ଲିପିବଦ୍ଧ....l


ମାନବ କି ଦେବ ଅବା ହେଉ ସେ ଅସୁର,

ଜନ୍ମ ଥିଲେ ମୃତ୍ୟୁ ହେବ ନିଶ୍ଚୟ ତାଙ୍କର,

ମୋର କି ମୃତ୍ୟୁ ଅଛି, ମୁଁ ତ କଲମ,

ସଦା ଜୀବନ୍ତ ମୁଁ ଲେଖିବା ମୋ କାମ...l


સામગ્રીને રેટ આપો
લોગિન