STORYMIRROR

Diptirekha Samantaray

Others

2  

Diptirekha Samantaray

Others

***କାକରର ଗେଲ***

***କାକରର ଗେଲ***

1 min
13.1K


ଭାରି ଭଲ ଲାଗେ
ମନଭରି ଦେଖିବାକୁ 
ଉପଭୋଗ କରିବାକୁ,
ଘାସକୁ ଗେଲ କରୁଥିବା
ଟୋପା ଟୋପା କାକରର ବିନ୍ଦୁକୁ,
 
ମୁଁ ଯେତେବେଳେ ଅବୁଝା ମନକୁ
ମନାଇ ନ ପାରି,
ଦୁଇ ପାପୁଲିକୁ ଯୋଡ଼ିଦେଇ
ମୋ ହାତକୁ ପସାରି ଦିଏ
ଅଞ୍ଜୁଳାରେ ଭରିବାକୁ ,
ସେହି ଟୋପା ଟୋପା 
କାକରର ବିନ୍ଦୁକୁ
ଟିକେ ଗାଲରେ ମାଖୀ
ଗେଲ କରିବାକୁ....
 ହେଲେ ଇଏ କଣ?
ଠିକ୍ ତୁମ ପରି 
ମୋ ସାଥେ ଲୁଚକାଳି ଖେଳି
କାହିଁ ଲୁଚି ଯାଏ...
ମୋତେ ଟିକେ ଚିଡାଇବାକୁ,
ସବୁ ଯେପରି ଅଦୃଶ୍ୟ
ଖାଲି ଶୂନ୍ୟ ହିଁ ଶୂନ୍ୟ ଥାଏ
ମୋ ହାତ ଆଞ୍ଜୁଳାରେ......

   ""ଦୀପ୍ତିରେଖା ସାମନ୍ତରାଏ""
    ""ଭୁବନେଶ୍ୱର""


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍