ହାଟ
ହାଟ

1 min

225
ଏ ହାଟରେ
ସବୁ ବେଳେ ଖଚାଖଚ ଭିଡ
ଯହିଁ ଦେଖ
ଆପଣା ବିଜ୍ଞାପନ ବଡ ବଡ
ହସିବା କାନ୍ଦିବା
ଖୋଜିବା ଲୋଡିବା ଆଉ ମିଳେନି
ମାନବିକତା ଥିବା
ମଣିଷଟିଏ ଖୋଜି ତ ପାଉନି
ଜୀବନ୍ତ ଯନ୍ତ୍ର
ଚାବିଦିଆ ସଖୀ କଣ୍ଢେଇ
ସବୁ ସଜାଇ ରହିଛି
ଥାକେ ଗୋଲାମ ବିବି ଆଉ ବାବୁ
ରଙ୍ଗ ବର୍ଣ୍ଣ ଜାତି ଭେଦକୁ ନେଇ
ଦୋକାନ ଖୋଲିଛି
ବିଭାଜନ ଭେଦଭାବର
ନିଆଁ କୁହୁଳୁଛି
ଖୋଜୁ ଖୋଜୁ
ମୁଁ ବି ପଥର ପାଲଟୁ ଥିଲି
କେଉଁ ଏକ ଅଜଣା ଛକରେ
ଶୋଭା ବଢାଇବି ବୋଲି
ଚାହିଁ ଥିବି ଜଳକା ହୋଇ
କହିବାର କରିବାର ସାମର୍ଥ୍ୟ ନଥିବ
ପୁଣ୍ୟତିଥି ଜୟନ୍ତୀରେ ଗେଣ୍ଡୁମାଳ ପଡୁଥିବ ।