Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

प्रदीप कुमार दाश "दीपक"

Others

2  

प्रदीप कुमार दाश "दीपक"

Others

ହାଇକୁ

ହାଇକୁ

1 min
170


ହାଇକୁ

------

- ପ୍ରଦୀପ କୁମାର ଦାଶ "ଦୀପକ"

ଚିନ୍ତାର ଦେହ

ଯିବ ମଶାଣି ଭୂଇଁ

ଶୋଇଛି ଶବ ।


--0--


ହେଲାଣି ରାତି

କିଣାବିକା ଆରମ୍ଭ

ସ୍ୱପ୍ନ ଏଇଠି ।


--0--


ଅଜଣା ପଥ

ଯାଏ ଅଦେଖା ଲକ୍ଷ୍ୟ

କ୍ଳାନ୍ତ ପଥିକ ।


--0--


ସୁରକ୍ଷା ଗଣ୍ଠି

ନେଇ ପାରିବୁ ନାହିଁ

ଧନ ସମ୍ପତ୍ତି ।


--0--


ତୁମେ ଜଳୁଛ

ଲୁହରେ ଜାଳିଦେଇ

ପ୍ରେମ ପ୍ରଦୀପ ।


--0--


ମାଆର ମନ

ପୁଅ ପାଇଁ ସାଇତେ

ଅନେକ ସ୍ୱପ୍ନ ।


--0--


ମନର କୋହ

ତୁମକୁ ଡାକ ଦିଏ

ଆଖିର ଲୁହ ।


--0--


ଥରୁଛି ଛାତି

ଦେଖେ ଜହ୍ନକୁ ଲୁଚି

ନିରୀହ ଆଖି ।


--0--


ପ୍ରେମର ଚିଠି

ରୂପ, ରଙ୍ଗ ଓ ବାସ

ଆସେ ମହକି ।


--0--


ସକାଳ ସୂର୍ଯ୍ୟ

ସ୍ପର୍ଶ କରି ଗାଲକୁ

କରୁଛି ଗେଲ ।


--0--


□ ପ୍ରଦୀପ କୁମାର ଦାଶ "ଦୀପକ"

ଶଙ୍କରା, ଜିଲ୍ଲା - ରାୟଗଡ

(ଛତ୍ତିସଗଢ)


Rate this content
Log in